32.1 C
Bhubaneswar
Friday, April 26, 2024
Homeବିଜିନେସ୍୫ଜି ସ୍ପେକ୍ଟ୍ରମ ନିଲାମୀ ଶେଷ

୫ଜି ସ୍ପେକ୍ଟ୍ରମ ନିଲାମୀ ଶେଷ

ନୂଆଦିଲ୍ଲୀ: ଶେଷ ହେଲା ୫ଜି ସ୍ପେକ୍ଟ୍ରମ ନିଲାମୀ । ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ । ୭ଦିନ ଧରି ଚାଲୁଥିବା ଏହି ନିଲାମୀରେ ୧.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୫ ଜି ବ୍ୟାଣ୍ଡ୍‌ର ରେକର୍ଡ ବିକ୍ରି ହୋଇଛି । ଏହି ପ୍ରକ୍ରିୟାରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓକୁ ସିଂହଭାଗ ମିଳିଥିବାବେଳେ ଅନ୍ୟ ଅଂଶଗ୍ରହଣକାରୀ କମ୍ପାନୀ ଯଥା ଭାରତୀ ଏୟାରଟେଲ, ଭଡାଫୋନ୍ ଓ ଆଦାନି ଗ୍ରୁପ୍‌କୁ ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡିଛି । ସୂଚନାଯୋଗ୍ୟ ୧,୫୦,୧୭୩ କୋଟି ମୂଲ୍ୟରେ ଆଗାମୀ ୨୦ ବର୍ଷ ପାଇଁ ୫ଜି ଲାଇସେନ୍ସ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିଲାମ ଡକାଯାଇଥିଲା । ୫ଜି ସ୍ପେକ୍‌ଟ୍ରମ୍‌ର ୧୦ଟି ବ୍ୟାଣ୍ଡ୍ ପାଇଁ ସରକାର ଆଗ୍ରହୀ ଥିଲେ ।

ତେବେ ୬୦୦, ୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍ ନିଲାମ ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରିନଥିବା ଜଣାପଡିଛି । ଅପରପକ୍ଷରେ ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍ ପାଇଁ କମ୍ପାନୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ରିଲାଏନ୍ସ ଜିଓ ୫୭,୧୨୨.୬୫ କୋଟିରେ ସିଂହଭାଗ ହାସଲ କରିଥିବାବେଳେ ଭାରତୀ ଏୟାରଟେଲ ୧୮,୬୯୯ କୋଟି, ଭଡାଫୋନ୍ ୧୯୯୩.୪୦ କୋଟି ନିଲାମ ଧରିଛନ୍ତି । ରିଲାଏନ୍ସ ଜିଓକୁ ୬୫ ପ୍ରତିଶତ ଅଧିକାର ମିଳିଥିବାବେଳେ ଏୟାରଟେଲକୁ ୨୫.୦୫, ଭଡାଫୋନ୍‌କୁ ୯ ଏବଂ ଅଦାନି ଗ୍ରୁପ୍‌କୁ ୦.୫ ପ୍ରତିଶତ ଅଧିକାର ମିଳିଛି । ୪ଜି ତୁଳନାରେ ୫ଜି ପ୍ରକ୍ରିୟାରେ ଇଣ୍ଟରନେଟ୍ ପ୍ରସାରଣ ସ୍ପିଡ୍ ୧୦ ଗୁଣା ଅଧିକ ରହିବ ବୋଲି କୁହାଯାଇଛି । ଇଣ୍ଟରନେଟ୍ ଜ୍ଞାନକୌଶଳରେ ଆମେରିକା, ଚୀନ୍ ଓ ଦକ୍ଷିଣ କୋରିଆ ଭଳି ଦେଶ ସହ ସମକକ୍ଷ ହେବା ପାଇଁ ଭାରତ ସରକାର ୫ଜି ସ୍ପେକ୍‌ଟ୍ରମ୍ ପ୍ରଚଳନ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking