31.1 C
Bhubaneswar
Friday, March 29, 2024
Homeଅପରାଧଛାଡ଼ପତ୍ର ଦେବାକୁ କହିବାରୁ ପତ୍ନୀଙ୍କୁ ୩୦ ଥର ଛୁରି ଭୁସିଲେ ସ୍ୱାମୀ

ଛାଡ଼ପତ୍ର ଦେବାକୁ କହିବାରୁ ପତ୍ନୀଙ୍କୁ ୩୦ ଥର ଛୁରି ଭୁସିଲେ ସ୍ୱାମୀ

ବ୍ୟୁରୋ: ଛାଡ଼ପତ୍ର ଦେବାକୁ କହିବାରୁ ପତ୍ନୀଙ୍କୁ ୩୦ ଥର ଛୁରି ଭୁସିଥିବା ଆମେରିକାର ଲାସ୍ ଭେଗାସ୍‌ରେ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି । କ୍ଲିଫୋର୍ଡ ଜାକୋବ୍‌ସ୍ ନାମକ ସେ ବ୍ୟକ୍ତିଜଣକ ପୁଲିସକୁ କହିଛନ୍ତି, ୧୫ ବର୍ଷର ପତ୍ନୀ ଛାଡ଼ପତ୍ର କଥା ଉଠାଇବାରୁ କିଛି କ୍ଷଣ ପାଇଁ ମୁଁ ଅଜ୍ଞାନ ହୋଇଗଲି । ଛୁରି ଭୁସିବା ପରର ଘଟଣା ସ୍ମରଣ କରି ସେ କହିଛନ୍ତି, ପତ୍ନୀଙ୍କ ରକ୍ତରେ ରଞ୍ଜିତ ହୋଇ ସେ ଆପାର୍ଟମେଣ୍ଟ୍‌ର ଲିଜିଙ୍ଗ୍ ଅଫିସ୍‌?କୁ ଧାଇଁ ଗଲେ ।

ସଂଗୃହୀତ ସୂଚନା ଅନୁସାରେ, ଜାକୋବ୍‌ସ୍ ହେଉଛନ୍ତି ଜଣେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ । କିନ୍ତୁ, ଏବେ ସେ ପ୍ରଶିକ୍ଷଣ ଦେଉଛନ୍ତି କି, ନାହିଁ, ତାହା ଜଣାପଡ଼ିନାହିଁ । ତାଙ୍କ ଆପାର୍ଟମେଣ୍ଟ୍‌ରୁ ପୁଲିସ ୫ଟି ଛୁରି ଏବଂ ରକ୍ତଲଗା କଇଁଚି ପାଇଛି । ପତ୍ନୀଙ୍କୁ ଛୁରି ଭୁସିଛନ୍ତି ଓ ପତ୍ନୀକୁ ହତ୍ୟା କରିଥିବା ପରି ତାଙ୍କର ମନେହେଉଛି ବୋଲି ଜାକୋବ୍‌ସ୍ କହିଥିବା କଥା ଯେଉଁ ବ୍ୟକ୍ତିଜଣକ ଶୁଣିଥିଲେ, ତାଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି । ଶନିବାର ‘ଲାସ୍ ଭେଗାସ୍ ରିଭିୟୁ ଜର୍ଣ୍ଣାଲ୍‌’ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ମହିଳାଙ୍କ ଦେହରେ ୩୦ଟି ଛୁରିଭୁସା କ୍ଷତ ଥିଲା। ତାଙ୍କ ମୁହଁ ଓ ବେକର ସ୍ନାୟୁ ନଷ୍ଟ ହୋଇଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଆଉ କିଛି ତଥ୍ୟ ମିଳିନାହିଁ । ଗିରଫ ହୋଇଥିବା ଜାକୋବ୍‌ସ୍‌ଙ୍କୁ ମଙ୍ଗଳବାର ଅଦାଲତରେ ହାଜର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking