30.1 C
Bhubaneswar
Monday, May 6, 2024
Homeଓଡିଶାବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ନେଇ କମିଟି ଗଠନ

ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ନେଇ କମିଟି ଗଠନ

ଭୁବନେଶ୍ୱର: ବିଧାୟକଙ୍କ ଦରମା,ଭତ୍ତା ବୃଦ୍ଧି ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ କମିଟି ଗଠନ କରିଛନ୍ତି । ଏଥିରେ ଶାସକ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଅଧ୍ୟକ୍ଷ ଭାବେ ମନୋନୀତି ହୋଇଛନ୍ତି । ତେବେ ଉକ୍ତ କମିଟିରେ କଂଗ୍ରେସ ଓ ବିଜେପିର କିଛି ବିଧାୟକ ସଭ୍ୟ ଅଛନ୍ତି । ଉଲ୍ଲେଖନୀୟ ଯେ, ଗତ ଶନିବାର ବିଧାନସଭାର ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେଉ ବୋଲି ଦାବି କରିଥିଲେ । ସେ କହିଥିଲେ, ଗତ ୧୩ ସେପ୍ଟେମ୍ବର ୨୦୧୭ରେ ରାଜ୍ୟରେ ବିଧାୟକଙ୍କ ଦରମା, ଭତ୍ତା ଆଦି ବଢ଼ିଥିଲା । ଏହି ଭିତରେ ପାଞ୍ଚ ବର୍ଷ ଅତିକ୍ରମ କରିଯାଇଛି । ଏବେ ସମୟ ଆସିଛି ବିଧାୟକଙ୍କ ଦରମା ବଢ଼ିବା ଦରକାର । ଏହାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସମର୍ଥନ କରିଥିଲେ । ଏପରିକି ଶାସକ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଅନୁରୂପ ଭାବେ ବିଧାୟକଙ୍କ ଭତ୍ତା ସହ ଦରମା, ପେନସନ ଓ ମେଡ଼ିକାଲ ଆଲାଉନ୍ସ ବଢ଼ାଇବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking