29.1 C
Bhubaneswar
Friday, April 26, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶୀଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶୀଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ୍‌

ନୂଆଦିଲ୍ଳୀ: ଆଜି ଅନୁଷ୍ଠିତ ମହିଳା ୪୮ କେଜି ଜୁଡୋ ଫାଇନାଲ୍‌ରେ ସୁଶୀଳା ଦେବୀ ସାଉଥ୍ ଆଫ୍ରିକାର ମିଚେଲା ହ୍ୱାଇଟ୍‌ବୁଇଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଆଜି ଅନୁଷ୍ଠିତ ସେମିଫାଇନାଲ୍‌ରେ ମଣିପୁର ଜୁଡୋକା ମରିସସ୍‌ର ପ୍ରିସିଲା ମୋରାଣ୍ଡ୍‌କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହାର ସୁଶୀଲା ଦେବୀଙ୍କ ଦ୍ୱିତୀୟ ରୌପ୍ୟ ପଦକ । ପୂର୍ବରୁ ୨୦୧୪ ଗ୍ଲାସ୍‌ଗୋ କ୍ରୀଡ଼ାରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ । ପୁରୁଷ ୬୦ କେଜି ବର୍ଗରେ ବିଜୟ ଯାଦବ ସାଇପ୍ରସ୍‌ର ପେଟ୍ରୋସ୍ କ୍ରିଷ୍ଟୋଡୋଉଲିଡ୍ସଙ୍କୁ ହରାଇ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଜୁଡୋରେ ମହିଳା ୫୭ କେଜି ବର୍ଗର ରେପରେଜ୍‌ରେ ସୁଚିକା ତରିୟାଲ୍ ବିଜୟୀ ହୋଇଛନ୍ତି । ସେ ସାଉଥ୍ ଆଫ୍ରିକାର ଡୋନା ବ୍ରେଟେନ୍‌ବାକ୍‌ଙ୍କୁ ହରାଇ ଦେଇଛନ୍ତି । ଏବେ ସୁଚିକା ବ୍ରୋଞ୍ଜ୍ ପଦକ ପାଇଁ ଖେଳିବେ । ଅନ୍ୟ ଜଣେ ଭାରତୀୟ ଜୁଡୋକା ବିଜୟ ସିଂହ ପୁରୁଷ ୬୦ କେଜି ବର୍ଗର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି । ସେ ଭିନ୍ସଲେ ଗଙ୍ଗାଧାଙ୍କୁ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ହରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking