30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଅଚାନକ୍ ଆକାଉଣ୍ଟକୁ ଆସିଗଲା ୫୭ କୋଟି ଟଙ୍କା, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ....

ଅଚାନକ୍ ଆକାଉଣ୍ଟକୁ ଆସିଗଲା ୫୭ କୋଟି ଟଙ୍କା, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ବ୍ୟୁରୋ: ଅଚାନକ୍ ଆକାଉଣ୍ଟକୁ ଆସିଗଲା ୫୭ କୋଟି ଟଙ୍କା । ଏତେ ଟଙ୍କା ଦେଖି ଖୁସି ହୋଇ ଯାଇଥିଲେ ମହିଳା । ଭାରତରେ ଏପରି ଅନେକ ଘଟଣା ଘଟିଥିଲେ ବି ଏଥର ଅଷ୍ଟ୍ରେଲିଆରୁ ଏହି ମାମଲା ଆସିଛି । ଟଙ୍କା ପାଇବା ପରେ ମହିଳା ଜଣକ କିପରି ଖର୍ଚ୍ଚ କରିବେ ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ ନିଜ ପାଇଁ ଅନେକ ଜିନଷ କିଣିବା ସହ ଘର ଲୋକଙ୍କୁ ଉପହାର ଦେଇ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ହେଲେ ମାମଲା ପରେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ସେ ଖର୍ଚ୍ଚ କରିଥିବା ଟଙ୍କା ସୁଧ ସହ ଫେରାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁସାରେ, ଜଣେ ମହିଳାଙ୍କ ଆକାଉଣ୍ଟରେ ହଠାତ୍ କ୍ରେଡିଟ୍ ହୋଇଥିଲା ୧୦.୪ ନିୟୁତ ଅଷ୍ଟ୍ରେଲୀୟ ଡଲାର । ଭାରତୀୟ ଟଙ୍କାରେ କହିବାକୁ ଗଲେ ଗୋଟିଏ ଦିନରେ ପ୍ରାୟ ୫୭ କୋଟି ମାଲିକ ହୋଇଗଲେ ମହିଳା ଜଣକ ।

ଟଙ୍କା ଦେଖି ତାଙ୍କର ଖୁସିର ଠିକଣା ନଥିଲା । ହେଲେ ସେହି ଟଙ୍କା ଏବେ ତାଙ୍କ ପାଇଁ କାଳ ପାଲଟିଛି । ବର୍ତ୍ତମାନ ସବୁ ଟଙ୍କା ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ତାଙ୍କୁ ୧୦ ପ୍ରତିଶତ ସୁଧ ସହ ଦେବାକୁ ପଡିବ । ଗତ ବର୍ଷ ମେ ମାସରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗ୍ରି ମନିଭେଲଙ୍କୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କ୍ରିପ୍ଟୋ ଡଟ୍ କମରୁ ୧୦୦ ଡଲାର ଫେରସ୍ତ ମିଳିବାର ଥିଲା । ହେଲେ ସିଙ୍ଗାପୁର ସ୍ଥିତ ବାଣିଜ୍ୟ ପ୍ଲାଟଫର୍ମ ଦ୍ୱାରା ଏକ ବଡ ଭୁଲ ହୋଇଯାଇଥିଲା । ସେମାନେ ଭୁଲରେ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ଥିୱାମନୋଗ୍ରିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ହେଲେ ଟଙ୍କା ଫେରସ୍ତ କରିବା ବଦଳରେ ସେ ଖର୍ଚ୍ଚ କରିଦେଇଥିଲେ ।

ମହିଳା ଜଣକ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ମନଇଚ୍ଛା ଉପହାର ପ୍ରଦାନ କରିଥିଲେ ଓ ନିଜେ ବହୁତ କିଛି କିଣାକିଣି କରିଥିଲେ । ଅଡିଟ୍ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜଣାପଡ଼ିଥିଲା । ଆଉ ତା’ପରେ କ୍ରିପ୍ଟୋ ଡଟ୍ କମ୍ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା । ଗତ ଶୁକ୍ରବାର କୋର୍ଟ କ୍ରିପ୍ଟୋ ଡଟ୍ କମ୍ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟ ଏବଂ ସମସ୍ତ ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ଦେବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଟଙ୍କା ଶୁଝିବା ପାଇଁ ମହିଳାଙ୍କୁ ତାଙ୍କ ଘର ବିକ୍ରି କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking