37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବାପାର ବାହାଘର ନିଶା ଛଡ଼ାଇଦେଲେ ପୁଅ-ଝିଅ

ବାପାର ବାହାଘର ନିଶା ଛଡ଼ାଇଦେଲେ ପୁଅ-ଝିଅ

ଲକ୍ଷ୍ନୌ: ବାପାର ବାହାଘର ନିଶା ଛଡ଼ାଇଦେଲେ ପୁଅ ଝିଅ । ନିକାହ କରୁଥିବା ସମୟରେ ପହଞ୍ଚି ଦେଲେ ଉତ୍ତମମଧ୍ୟମ । ଉତ୍ତରପ୍ରଦେଶର ସୀତାପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ୭ ଟି ସନ୍ତାନର ବାପା ପଞ୍ଚମ ନିକାହ ପାଇଁ ବାହାରିଥିଲେ, ଆଉ ସେହି ସମୟରେ ସବୁ ପୁଅଝିଅ ମିଶି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । କାହାକୁ ନଜଣାଇ ବିବାହ କରୁଥିବା ବାପା ଉପରେ ବିଧାଗୋଇଠା ବର୍ଷା ହେଲା । ତେବେ ବାପା ଓ ପିଲାଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳ ଦେଖି ଭୟରେ କନ୍ୟା ପଳାୟନ କରିଥିଲା । ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି ।

କୋଟୱାଲିର ସର୍ଦ୍ଦାର କଲୋନୀ ଅଞ୍ଚଳର ୪୫ ବର୍ଷିୟ ଶଫି ଅହମ୍ମଦ । ସେ ଚାରି ଥର ନିକାହ କରିବା ସହ ତାଙ୍କର ମୋଟ୍ ୭ ଜଣ ପୁଅଝିଅ ଅଛନ୍ତି । ହେଲେ ସେ ପଞ୍ଚମ ବିବାହ ପାଇଁ ସ୍ୱପ୍ନ ଦେଖୁଥିଲେ । ଗତକାଲି ରାତିରେ ଶଫି ଅହମ୍ମଦ ଲୁଚାଚୋରାରେ ବିବାହ କରିବାକୁ ଯାଉଥିଲେ । କିନ୍ତୁ ସେହି ସମୟରେ ତାଙ୍କର ସମସ୍ତ ପିଲା ନିକାହ କରୁଥିବା ସ୍ଥାନରେ ପହଞ୍ଚି ଯାଇଥିଲେ । ଅନ୍ୟପଟେ ସାଥୀରେ ସେମାନଙ୍କ ମା’ ମଧ୍ୟ ଥିଲେ । ତେବେ ବେଗମ୍ ଓ ପିଲାଙ୍କୁ ଦେଖି ଶଫିଙ୍କ ଅକଲ୍ ଗୁଡ଼ୁମ୍ ହୋଇଯାଇଥିଲା ।

ପତ୍ନୀ ଏବଂ ପିଲାମାନେ ନିକାହକୁ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାପାଙ୍କୁ ମାଡ଼ ମାରିବା ପାଇଁ ପଛାଇ ନଥିଲେ ପିଲାମାନେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରିବା ସହ ଶାନ୍ତ କରିଥିଲା । ପିଲାଙ୍କ କହିବା ଅନୁସାରେ, କିଛି ମାସ ହେଲା ଶଫି ସେମାନଙ୍କୁ ଚଳିବା ପାଇଁ କିଛି ବି ଟଙ୍କା ଦେଉ ନାହାନ୍ତି । ଏପରିକି ଆଉ ଘରକୁ ମଧ୍ୟ ଆସୁନାହାନ୍ତି । ଏହାରି ଭିତରେ ଗୁପ୍ତରେ ନିକାହ କରି ପୁଣି ନୂଆ ସଂସାର ଗଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେମାନଙ୍କ ଅଜାଣତରେ ପୂର୍ବରୁ ସେ ତିନୋଟି ବିବାହ କରିସାରିଛନ୍ତି । ଏବେ ଆଉ ଥରେ ବିବାହ କରିବା ପାଇଁ ଯାଉଥିଲେ । ବାପାର କୌଣସି କର୍ତ୍ତବ୍ୟ ନକରି ଖାଲି ଅୟସ୍ କରୁଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking