28.1 C
Bhubaneswar
Saturday, April 27, 2024
Homeଅପରାଧମହିଳାଙ୍କୁ ନିର୍ଯାତନା : ୪ ଗିରଫ

ମହିଳାଙ୍କୁ ନିର୍ଯାତନା : ୪ ଗିରଫ

ଚାରିଛକ : ପୁରୀ ଜିଲ୍ଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ଅଗରଶାସନ ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । ଶାଶୂଘର ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଛି । ପୁଲିସ ଉଭୟ ଏତାଲାକୁ ଗ୍ରହଣ କରି ୨ଟି ମାମଲା ରୁଜୁ କରିବା ସହ ଉଭୟ ପକ୍ଷରୁ ୪ଜଣକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଚାରିଛକ ଫାଣ୍ଡି ଅନ୍ତର୍ଗତ ଅଗର ଶାସନ ଗ୍ରାମର ରାଜକିଶୋର ଭୋଇଙ୍କ ଝିଅ ମଲ୍ଲିକା (୨୮) ୫ବର୍ଷ ତଳେ ସେହି ଫାଣ୍ଡି ଅନ୍ତର୍ଗତ ହାଣ୍ଡିଆପଡ଼ା ଗ୍ରାମର ମାଧବ ଭୋଇଙ୍କୁ ବିବାହ କରିଥିଲେ । ୨ବର୍ଷ ତଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ମଲ୍ଲିକା ବାପଘରକୁ ଚାଲିଯାଇଥିଲେ । ଗତ ୨୦ ଦିନ ତଳେ ଶାଶୂ ଘରର ଲୋକମାନେ ଯାଇ ବୋହୂକୁ ବୁଝାଶୁଝା କରି ଘରକୁ ଫେରାଇ ଆଣିଥିଲେ । ମାତ୍ର ଗତକାଲି ପୁନର୍ବାର ମଲ୍ଲିକାକୁ ତାଙ୍କ ଶାଶୂଘର ଲୋକ ଗାଳିଗୁଲଜ କରିବାରୁ ଖବର ପାଇ ବାପା ରାଜକିଶୋର, ଭାଇ ସାଗର ସେଠାରେ ପହଞ୍ଚିଥିଲେ । ଫଳରେ ସେଠାରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରେ ଉଭୟଙ୍କ ପକ୍ଷରୁ ୨ଟି ଅଭିଯୋଗ ଚାରିଛକ ପୁଲିସରେ କରାଯାଇଥିଲା । ଅଭିଯୋଗ ପରେ ପୁଲିସ ୨ଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୪ଜଣ କୁ ଗିରଫ କରିଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking