33.1 C
Bhubaneswar
Thursday, April 25, 2024
Homeଓଡିଶାମହିଳାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

ମହିଳାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

ବରଗଡ଼ : ବରଗଡ଼ ନିକଟସ୍ଥ ବରଡୋଲ ଗ୍ରାମରେ କିଡନି ରୋଗରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ପରେ ନିଷ୍ଠା ପରିବାର ଦ୍ୱାରା ଶବ ସତ୍କାର କରାଯାଇଥିଲା । ଶୁକ୍ରବାର ବରଡୋଲ କିଡିନି ରୋଗରେ ଆକ୍ରାନ୍ତ ମିଥିଲା ସାହୁ (୪୮)ଙ୍କ ମୃତ୍ୟୁ ଘଟିଥିବାବେଳେ ଖବର ପାଇ ନିଷ୍ଠା ପରିବାର ମୃତକଙ୍କ ଶବ ସତ୍କାର କରିଥିଲା । ମୃତ ମହିଳାଙ୍କ ୬୭ ବର୍ଷର ଜଣେ ବଡ ଭାଇ ଅଛନ୍ତି । ସେ କ୍ରୁଷ୍ଠ ରୋଗି ଥିବାବେଳେ ଭଉଣୀଙ୍କ ଶବ ସତ୍କାର ପାଇଁ ଅସମର୍ଥ ଥିଲେ । ଅପରପକ୍ଷରେ ତାଙ୍କ ଆଉ କେହି ନିଜ ଲୋକ ନାହାନ୍ତି । ପଡିଶା ଲୋକ ବି ଶବ ସତ୍କାର ପାଇଁ ମନାକରିବାରୁ ସେମାନେ ପୋଲିସର ସାହାଯ୍ୟ ନେଇଥିଲେ, ବରଗଡ଼ ଟାଉନ ଥାନା ଏସଆଇ ସୋମ୍ୟକାନ୍ତ ବଲିଆର ସିଂ ନିଷ୍ଠା ପରିବାରକୁ ଖବର ଦେଇଥିଲେ । ଖବର ପାଇ ନିଷ୍ଠା ପରିବାର ସଦସ୍ୟମାନେ ବରଡୋଲ ଯାଇ ଗାଡିରେ ମୃତ ଦେହକୁ ଆଣି ବରଗଡ଼ ସ୍ଥିତ ଜିରା ନଦୀପଡା ଓ ଶ୍ମସାନ ଘାଟରେ ଶବ ସତ୍କାର କରିଥିଲୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking