29.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜାମ ଜିଲ୍ଲାପାଳ ଙ୍କ ଚଢ଼ାଉ, ୩୦ ଟ୍ରକ ଜବତ , ବାଲି ମାଫିଆ ଆତଙ୍କିତ 

ଗଞ୍ଜାମ ଜିଲ୍ଲାପାଳ ଙ୍କ ଚଢ଼ାଉ, ୩୦ ଟ୍ରକ ଜବତ , ବାଲି ମାଫିଆ ଆତଙ୍କିତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ରୁ ବାଲି ବେଆଇନ ଭାବେ ରାତ୍ର ସମୟରେ ଆନ୍ଧ୍ର ପ୍ରଦେଶ କୁ ଚାଲାଣ ହେଉଥିବା ନେଇ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା l ଏପରି କି କିଛି ଦିନ ତଳେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରି କିଛି ଟ୍ରକ ମଧ୍ୟ ଜବତ ହୋଇଥିଲା l ମାତ୍ର ବାଲି ମାଫିଆ ମାନେ କିଛିଦିନ ନୀରବତା ପରେ ପୁଣି ଏହି ଲୋକଡାଉନ ର ଫାଇଦା ନେଇ ପୁଣି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବାଲି ସଇରାତ ରୁ ଆନ୍ଧ୍ର କୁ ବାଲି ନେଉଥିଲା l ଗତକାଲି ବିଳମ୍ବିତ ରାତ୍ର ରେ ନିଜେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ, ହୁମା ନିକଟରେ ବାଲି ଗାଡି ଉପରେ ଅଚାନକ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ରେ ଛତ୍ରପୁର ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ସାମିଲ ଥିଲେ l ଯାହା ଫଳରେ ପ୍ରାୟ ୩୦ ଗାଡି କୁ ଜବତ କରାଯାଇଥିବା ଜଣାପଡିଛି l ଜବତ ଗାଡି ମଧ୍ୟରେ ବହୁ ଗାଡି ଆନ୍ଧ୍ର ନମ୍ବର ଥିବା ଜଣାଯାଇଛି l ବିଭିନ୍ନ ସ୍ଥାନରେ ଋଷିକୂଲ୍ୟା ନଦୀ ପଠା ରୁ ଅହରହ ଦିନ ରାତି ବାଲି ଉତ୍ତଳନ ହେଉଥିବା ରୁ କୁଳ ଖାଉଥିବା ଅଭିଯୋଗ ମଧ୍ୟ ହୋଇଆସୁଛି l ସୂଚନା ଯୋଗ୍ୟ ନଦୀରୁ ବାଲି ଉଠାଇ ଏକ ସମତୋଳ ଜାଗାରେ ଗଦାକରି ରଖାଯାଉଛି ପରେ ରାତ୍ରି ହେଲେ ସେଠାରୁ ଟ୍ରକ ରେ ଆନ୍ଧ୍ର କୁ ଉକ୍ତବାଲି ଲୋଡ଼କରି ଚାଲାଣ କରାଯାଉଛି l ଏପରି କି ମାଫିଆ ମାନେ ଗାଡି ଗୁଡିକୁ ଓଡ଼ିଶା ସୀମା ପାର କରାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking