29.1 C
Bhubaneswar
Tuesday, May 7, 2024
Homeଓଡିଶା୩୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

୩୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ  ବୃଦ୍ଧି ହେବା କାରଣରୁ ଏବେ ସମସ୍ତ ସରକାରୀ ଅଫିସରେ କାର୍ଯ୍ୟ ୩୦ ପ୍ରତିଶତ କର୍ମଚାରୀ ଙ୍କୁ ନେଇ ଚାଲିବ । ଡେପୁଟି ସେକ୍ରେଟାରୀ ସ୍ତରର ଅଫିସର ସବୁଦିନ ଅଫିସ ଆସିବେ । ତେବେ ସଂକ୍ରମଣ ସ୍ତର, କାର୍ଯ୍ୟଭାର ଏସବୁକୁ ଦୃଷ୍ଟିରେ ରଖି ବିଭାଗ କିଭଳି କାର୍ଯ୍ୟ କେଉଁ ଉପାୟରେ କରିହେବ ସେନେଇ ନିଷ୍ପତ୍ତି ନେଇପାରିବେ । ଯେପରି କୌଣସି ଜରୁରୀ ସରକାରୀ କାର୍ଯ୍ୟ ଏହାଦ୍ୱାରା ପ୍ରଭାବିତ ନହୁଏ, ଏହାକୁ ଧ୍ୟାନରେ ରଖିବାକୁ ହେବ । ତେବେ ଯେଉଁ କର୍ମଚାରୀମାନେ ଡ୍ୟୁଟି ରୋଷ୍ଟରରେ ନାହାନ୍ତି ସେମାନେ ତାଙ୍କ ର୍କ୍ୟା ଏବଂ ବାକି ଥିବା କାର୍ଯ୍ୟର ସଂପାଦନ ଭିପିଏନ ଦ୍ୱାରା ଘରୁ ଥାଇ କାମ କରିବେ , ଯାହା ତାଙ୍କୁ ପ୍ରଦାନ କରାଯାଇଥିବ । ତେବେ ଯେଉଁ କର୍ମଚାରୀ , ଯିଏ ଅଫିସ ଆସୁନାହାନ୍ତି, ସେମାନେ ସବୁବେଳେ ହେଡକ୍ୱାର୍ଟରରେ ଉପସ୍ଥିତ ରହିବେ, ଯଦି କିଛି ଦରକାର ପଡେ । ଏନେଇ ଆଜି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking