26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶବସ୍‌ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ

ବସ୍‌ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ

ନୂଆଦିଲ୍ଲୀ: ବସ୍‌ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ନୂତନ ଭାବେ ନିଯୁକ୍ତି ପାଇଥିବା ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବା ଲାଗି ଏହି କଂଗ୍ରେସ କର୍ମୀ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପାଖାପାଖି ୬୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଓ ଅଧିକାଂଶ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking