30.1 C
Bhubaneswar
Monday, May 20, 2024
Homeଓଡିଶାବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ଗିରଫ ବାଇକ ଜବତ

ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ଗିରଫ ବାଇକ ଜବତ

ଦେବଗଡ଼ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମ ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ପୁଲିସ 2ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ 54କେଜି ଗଞ୍ଜେଇ ଜବତ କରାଯିବା ସହ ଏକ ବାଇକ ଜବତ କରାଯାଇଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଆଜି ପ୍ରତ୍ୟୁଷ ରେ ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ ସ୍ପେସିଆଲ ସ୍କ୍ୱାର୍ଡ ଏବଂ କୁଣ୍ଢେଇଗୋଳା ଥାନା ପୁଲିସ ଆଉଁଳି ରାସ୍ତାରେ ଛକି ରହିଥିଲେ l ଏହି ସମୟରେ ଉକ୍ତ ରାସ୍ତା ଦେଇ ଏକ ବାଇକ (ଓଡି -35ବି -2051)ଯୋଗେ ରିଆମାଳ ଥାନା ଅନ୍ତର୍ଗତ ପେଜଗଳା ଗ୍ରାମର ତରଣୀ ପ୍ରଧାନ (24)ଓ କରୁଣାକର ଠାକୁର (48)ଏକ ବସ୍ତା ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି ଆସୁଥିବା ଦେଖି ପୁଲିସ ଟିମ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ସେମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଜାଣିପାରି ପୁଲିସ ଉଭୟଙ୍କୁ ଗିରଫ କରି ଥାନରେ ରଖି ଅଧିକ ପଚରା ଉଚୁରା କରୁଛି l ସେହିପରି ଆଜି ପୂର୍ବାହ୍ନ ରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରାଯିବା ପରେ ଜବତ ଗଞ୍ଜେଇ 54କେଜି 600ଗ୍ରାମ ଥିବା ଜଣାପଡିଥିଲା l ଆସନ୍ତାକାଲି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking