28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜିଠୁ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଆଜିଠୁ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର:ଭୁବନେଶ୍ୱରରେ ଆଜିଠୁ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। ୨୫ଟି ୱାର୍ଡରେ ଏହି ସର୍ଭେ ହେବ। ୨ ଦିନରେ ୧୫୦୦ ନମୁନା ସଂଗ୍ରହ  କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଉରକେଲାରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ।ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ୱରରେ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା। ସେହି ସର୍ଭେରେ ୧.୪% ଲୋକଙ୍କ ଦେହରେ ଆଣ୍ଟିବଡି ହୋଇଥିବା ଜଣାପଡ଼ିଥିଲା।ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଜୁଲାଇ ମାସରେ ଆରଏମ୍‌ଆର୍‌ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ହୋଇଥିଲା।

ଆରଏମ୍‌ଆରସିର ଟେକ୍ନିକାଲ ଓ ବିଏମ୍‌ସି ଅଧିକାରୀ ମିଳିତ ଭାବେ ରାଜଧାନୀର ୨୫ଟି ୱାର୍ଡରେ ଏହି ସର୍ଭେ କରିବେ।କମ୍ୟୁନିଟି ଓ ହାଇରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ । ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ୮ ହଜାର ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ବେଳେ ୫୧୨୪ ଜଣ ସୁସ୍ଥ ହୋଇଛନ୍ତି ।୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking