32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବଡ଼ ଖବର : ଆଜି ପୁଣି ସର୍ବାଧିକ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ...

ବଡ଼ ଖବର : ଆଜି ପୁଣି ସର୍ବାଧିକ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୪୪୧ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନୁଗୁଳରୁ ୫୬ ଜଣ, ବାଲେଶ୍ୱରରୁ ୮୭ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୫୧ ଜଣ, ବଲାଙ୍ଗୀରରୁ ୬୮ଜଣ, ବୌଦ୍ଧରୁ ୧୪ଜଣ, କଟକରୁ ୩୬୯ଜଣ, ଦେବଗଡ଼ରୁ ୧୨ ଜଣ, ଢେଙ୍କାନାଳରୁ ୬୧ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୧୭୪ଜଣ, ଜଗତସିଂହପୁରରୁ ୪୪ ଜଣ, ଯାଜପୁରରୁ ୮୮ ଜଣ, ଝାରସୁଗୁଡ଼ାରୁ ୪୩ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୩୬ଜଣ,କେନ୍ଦ୍ରାପଡ଼ାରୁ ୪୪ଜଣ, କେନ୍ଦୁଝର ୫୯ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୭୭୫ଜଣ, କୋରାପୁଟରୁ ୧୪୦ଜଣ, ମାଲକାନଗିରିରୁ ୮୬ଜଣ, ମୟୁରଭଞ୍ଜରୁ ୨୭୨ଜଣ, ନବରଙ୍ଗପୁରରୁ ୩୮ଜଣ, ନୟାଗଡ଼ ୧୦୯ଜଣ, ନୂଆପଡ଼ା ୨୩ଜଣ, ପୁରୀରୁ ୧୧୫ଜଣ, ରାୟଗଡ଼ା ୪୯୫ଜଣ, ସମ୍ବଲପୁରରୁ ୧୨୮ଜଣ, ସୋନପୁର ଓ ସୁନ୍ଦରଗଡ଼ରୁ ୨୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ ୯୪୬୬୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୬୫୩୨୩ ଜଣ ସୁସ୍ଥ ହୋଇଛନ୍ତି ।୨୮୮୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୧୨୦୯୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking