27.1 C
Bhubaneswar
Friday, March 29, 2024
Homeଓଡିଶାଝାରସୁଗୁଡ଼ା ସହରରେ ୭ ଦିନି ସଟଡାଉନ

ଝାରସୁଗୁଡ଼ା ସହରରେ ୭ ଦିନି ସଟଡାଉନ

ଝାରସୁଗୁଡ଼ା : ଶିଳ୍ପ ନଗରୀ ଝାରସୁଗୁଡ଼ାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ଝାରସୁଗୁଡ଼ା ମୁନିସପାଲିଟି ଅଂଚଳରେ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ସକାଳ ୬ଟାରୁ ୧୧ଟା ଯାଏ ସଟଡାଉନକୁ କୋହଳ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ,  ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୪୧୫ ରହିଛି, ଜଣେ ରୋଗୀ ମୃତ୍ୟୁବରଣ କରିଛନ୍ତି ଓ ୬୧୭ ଜଣ ସୁସ୍ଥ ହେଲେଣି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ସଟଡାଉନ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking