26.1 C
Bhubaneswar
Wednesday, May 8, 2024
Homeକରୋନାସ୍ୱତନ୍ତ୍ର ବିମାନରେ ଇରାନରୁ ଫେରିଲେ ୨୭୫ ଭାରତୀୟ

ସ୍ୱତନ୍ତ୍ର ବିମାନରେ ଇରାନରୁ ଫେରିଲେ ୨୭୫ ଭାରତୀୟ

ଯୋଧପୁର : ଇରାନରେ ଫସିଥିବା ଆଉ ୨୭୫ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ଏହି ସମସ୍ତ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ରାଜସ୍ଥାନର ଯୋଧପୁର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଇରାନ ଫେରନ୍ତାଙ୍କୁ ଆର୍ମିର ୱେଲନେସ୍ ସେଣ୍ଟରକୁ ନିଆଯାଇଛି । ବିମାନରୁ ଓହ୍ଲାଇବା ପରେ ବିମାନ ବନ୍ଦରରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା । ଏହା ପରେ ସମସ୍ତଙ୍କୁ ସେନାର କ୍ୟାମ୍ପକୁ ନିଆଯାଇଛି । ଏଠାରେ ସମସ୍ତଙ୍କର ଆବଶ୍ୟକ କରୋନା ପରୀକ୍ଷା କରାଯିବ । ସମସ୍ତଙ୍କୁ ଅତି କମରେ ଆର୍ମି ୱେଲନେସ୍ ସେଂଟରରେ ୧୪ ଦିନ ରହିବାକୁ ପଡିବ ।
https://onakhabar.com/2020/03/29/corona-test-in-two-and-a-half-hours/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking