30.1 C
Bhubaneswar
Thursday, April 25, 2024
Homeଅପରାଧଭାରତରେ କରୋନା ନେଲା ମୁଣ୍ଡ ୨୫

ଭାରତରେ କରୋନା ନେଲା ମୁଣ୍ଡ ୨୫

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଘାରିଛି କରୋନା ଚିନ୍ତା । ବିଶ୍ୱର ୧୯୨ଟି ଦେଶରେ ତାର କାୟା ବିସ୍ତାର କରି ସାରିଲାଣି । କିଛି ବୈଜ୍ଞାନିକ ଆକଳନ କରିଛନ୍ତି ଏହା ଆହୁରି ଉଗ୍ରରୂପ ନେବ । ଆହୁରି କିଛି ବୈଜ୍ଞାନିକ କହିଛନ୍ତି କରୋନା ଯେପରି ମାଡ଼ି ମାଡ଼ି ଆସିଥିଲେ ସେପରି ଚାଲିଯିବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶକୁ ଲକଡାଉନ କରିଛନ୍ତି । ଆଜି ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଂଚିଲାଣି । ଜାମ୍ମୁକାଶ୍ମୀର ଓ ଗୁଜୁରାଟରେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ୯୭୯ ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ରାଜ୍ୟରେ ଚିତ୍କିସିତ ହେଉଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇ ଗୁଜୁରାଟ ଓ ଜାମ୍ମୁ କାଶ୍ମୀରରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ୧୯୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking