28.1 C
Bhubaneswar
Saturday, April 27, 2024
HomeUncategorizedଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ

ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ

ଭୁବନେଶ୍ୱର : ବିଶ୍ୱର ବିଶାଳ ଗଣତନ୍ତ୍ର ଦେଶ ଭାରତବର୍ଷ । ବିଭିନ୍ନ ଭାଷା ସଂସ୍କୃତିର ମିଳନପୀଠ ଭାରତ । ଅନେକଙ୍କ ମଧ୍ୟରେ ଏକ ହେଉଛି ଏହାର ଆଦର୍ଶ । ଏହାର ଚାଲିଚଳନ, ପୋଷାକ, ଖାଦ୍ୟ, ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନତା ରହିଥିଲେ ବି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ତାହା ହେଉଛି ଭାରତବର୍ଷର ଭାତୃଭାବ ଓ ମହାନ ପରମ୍ପରା । ସମୟକ୍ରମେ ବୈଦେଶୀକ ଆକ୍ରମଣରେ ଦେଶ ଖଣ୍ଡବିଖଣ୍ଡିତ ହୋଇଛି । ତାର ଐତିହ୍ୟ ଓ ସଂସ୍କୃତିକୁ ପରିବର୍ତ୍ତନ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତର ମହାନ ଭାବତା ନିକଟରେ ସବୁକିଛି ପରାଜୟ ସ୍ୱୀକାର କରିଛି । ଆଫଗାନ, ମୋଗଲ, ଇଂରେଜ ପ୍ରତ୍ୟେକ ଚାହିଁଛନ୍ତି ଭାରତକୁ ଏହାର ପରମ୍ପରା ଓ ସଂସ୍କୃତିକୁ ବିପଦଗାମୀ କରିବାକୁ । ସର୍ବଶେଷରେ ଭାରତୀୟମାନଙ୍କର ଦୁର୍ବଳତା ଓ ସଂକୀର୍ଣ୍ଣ ସ୍ୱାର୍ଥର ସୁଯୋଗ ନେଇ ଇଂରେଜ ଜାତି ଭାରତକୁ ଖଣ୍ଡବିଖଣ୍ଡିତ କରିଥିଲେ । କିନ୍ତୁ ଏବେ ଭାରତ ପୂର୍ଣ୍ଣ ସ୍ୱାଧୀନ ବା ସ୍ୱତନ୍ତ୍ର । ଗଣତନ୍ତ୍ର ସଂଜ୍ଞା ଓ ସ୍ୱରୂପ ସମ୍ବନ୍ଧରେ ବୁଦ୍ଧିଜୀବୀ ଦୃଷ୍ଟିକୋଣରୁ ଭିନ୍ନଭିନ୍ନ ମତ ପ୍ରକାଶ କରିଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗଣତନ୍ତ୍ରକୁ ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଏକ ସରକାର ବୋଲି କହିଛନ୍ତି । ମହାତ୍ମା ଗାନ୍ଧୀ ଗଣତନ୍ତ୍ରକୁ ଶକ୍ତିଶାଳୀ ପରି ଦୁର୍ବଳ ବ୍ୟକ୍ତିଙ୍କର ସବୁ ସୁଯୋଗର ସରକାର ବୋଲି ମତପ୍ରଦାନ କରନ୍ତି । ବର୍ତ୍ତମାନ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଗଣତନ୍ତ୍ରର ସୁଫଳ ଲାଭ ପାଇଁ ବ୍ୟାକୁଳ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ବିଶ୍ୱାସ କରୁଥିଲେ ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ ସଭ୍ୟ ଉପାୟ । ଯାହା ଦ୍ୱାରା ଆଲୋଚନା ଯୁକ୍ତିରେ ଏକ ଅନୁକୂଳ ସିଦ୍ଧାନ୍ତରେ ପହଂଚି ହୋଇଥାଏ । ଇଂରେଜମାନେ ୧୯୧୯ ମସିହାରେ ମଣ୍ଟିଗ୍ୟୁ ଚେମ୍ପ ଫର୍ଡ ନାମକ ଏକ କାଏଦା ବନାଇଥିଲେ । ଏହି କାଏଦାକୁ ଚଲାଇବା ପାଇଁ ସାଇମନ କମିଶନଙ୍କୁ ୧୯୨୭ରେ ନିଯୁକ୍ତି କରାଗଲା । କିନ୍ତୁ ଏଥିରେ କୌଣସି ବି ଭାରତୀୟ ନ ଥିଲେ । ସେଥିପାଇଁ ପୁରା ଦେଶରେ ସାଇମନ କମିଶନର କଡ଼ା ବିରୋଧ ହେଲା । ଏଥିରେ କ୍ଷୁବ୍ଧ ହୋଇ ଇଂରେଜ ମାନଙ୍କର ଭାରତମନ୍ତ୍ରୀ ବର୍କନ ହେଡ ଭାରତୀୟଙ୍କୁ ନିଜର ସମ୍ବିଧାନ ନିଜେ ବନାଇବାକୁ ଚୂନତି ଦେଲେ । ଏହି ଚୂନତିକୁ ଭାରତୀୟମାନେ ସ୍ୱୀକାର କରିନେଲେ । ସମ୍ବିଧାନ ବନାଇବା ହେତୁ ସବୁ ପାର୍ଟି ମିଶି ଏକ ସମିତି ଗଠନ କଲେ । ଯାହାର ଅଧ୍ୟକ୍ଷ ଥିଲେ ମୋତିଲାଲ ନେହେରୁ । ଜବାହାର ଲାଲ ନେହେରୁ, ସୁବାଷ ବୋଷଙ୍କ ଭଳି ବିଦ୍ୱାନ ଲୋକ ଏହି ସମିତିର ସଦସ୍ୟ ଥିଲେ । ଏହି ସମିତି ଏକ ରିପୋର୍ଟ ବନାଇଲା ଯାହାକୁ ବିଶ୍ୱର ପ୍ରସିଦ୍ଧ ନେହେରୁ ରିପୋର୍ଟ ଥିଲା । ଇଂରେଜ ସରକାର ଏହାକୁ ଗ୍ରହଣ କଲେ ନାହିଁ । ନେତାଜୀ ସୁବାଷ ବୋଷ ଓ ଜବାହାର ଲାଲ ନେହେରୁଙ୍କ ଭଳି ନେତା କଡ଼ା ରାଷ୍ଟ୍ରବାଦର ସମର୍ଥକ ଥିଲେ । ପୂର୍ଣ୍ଣ ସ୍ୱାଧୀନତା ଅଧିକାର କରିବା ପାଇଁ ଚୁକ୍ତିବଧ ଥିଲେ । ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତର ଦାୟିତ୍ୱ ନେଇ ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ ଲାଗୁ କରିଥିଲେ । ଆମେ ଏହାକୁ ସାଧାରଣତନ୍ତ୍ର ଦିବସ ରୂପ ପାଳନ କରୁଛନ୍ତି । ଏହାକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking