31.1 C
Bhubaneswar
Friday, March 29, 2024
Homeଓଡିଶାକାରାଗାରରେ ଅନ୍ତେବାସୀଙ୍କୁ ଜେସିଆଇର ପ୍ରଶିକ୍ଷଣ ଶିବିର

କାରାଗାରରେ ଅନ୍ତେବାସୀଙ୍କୁ ଜେସିଆଇର ପ୍ରଶିକ୍ଷଣ ଶିବିର

ବଲାଙ୍ଗିର,(ଦେବାଶିଷ ମିଶ୍ର) – ଥରେ କାରାଗାର ଭିତରକୁ ଗଲାପରେ, ସାରା ସମାଜ ଉକ୍ତ ବ୍ୟକ୍ତି କୁ ଭୁଲିଯାଇଥାଏ । ତଦ୍ୱାରା କାରାଗାର ଅନ୍ତେବାସିଙ୍କ ମାନସିକ.ବୈଚାରିକ ଓ ବୌଧିକ ବିକାଶ ହୋଇ ପାରେ ନାହିଁ । ଅପରାଧର କାଦୁଅରେ ଖସି ଯାଆନ୍ତି ଆହୁରି ତଳକୁ ତଳକୁ । ଏଭଳି ବ୍ୟକ୍ତି କାରାଗାର ରୁ ମୁଖ୍ୟଧାରା କୁ ଫେରିଲା ପରେ ସମାଜ ସହିତ ଖାପ ଖୁଆଇ ପାରେ ନାହିଁ । ଫଳରେ ସମାଜ ମଧ୍ୟ ତଦଅନୁରୁପ ପ୍ରଭାବିତ ହୁଏ । ଏଣୁ କାରାଗାର ଭିତରେ ହିଁ ଅନ୍ତେବାସିଙ୍କୁ ଜିବନର ମୁଲ୍ୟବୋଧ ଉପରେ ଶିକ୍ଷିତ କରି ତାହାର ବୈାଧିକ ବିକାଶ କରି ପାରିଲେ, ଉଭୟ କାରଗାର ଅନ୍ତେବାସି ଓ ସମାଜ ଲାଭବାନ ହେବେ । ଏଭଳି ଏକ ନିଆରା ପ୍ରୟାସ କରିଛି ଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା ଜେସିଆଇ । ଜେସିଆଇ ବଲାଙ୍ଗିର ସିଟି ପକ୍ଷରୁ ଜିଲ୍ଲା କାରାଗାରରେ ୩୫୦ ଜଣ ଅନ୍ତେବାସିକୁ ଜୀବନର ମୁଲ୍ୟବୋଧ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ଜେସିଆଇର ରାଷ୍ଟ୍ରିୟ ପ୍ରଶିକ୍ଷକ ଜେସିଆରଏସ୍‌.ଭି. କ୍ରିର୍ଷ୍ଣାଙ୍କ ଦ୍ୱାରା ‘ମୋଜିବନ ମୋ ହାତରେ’ ନାମକ ପ୍ରଶିକ୍ଷଣ ଅନ୍ତେବାସିଙ୍କୁ ଦେଇଥିଲେ । ଏହି ପ୍ରଶିକ୍ଷଣ ପରେ ଅନ୍ତୋବାସି ମାନେ ଆନନ୍ଦିତ ହେବା ସହ ବିଷୟ ପ୍ରତି ବେଶ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ସଫଳ କରିବାରେ ଜେଲର ସଂଜୟ ବର୍ମାଙ୍କ ସହଯୋଗ କ୍ରମେ ଫଳ ମଧ୍ୟ ବଣ୍ଟାଯାଇଥିଲା । ଜେସିଆଇ ବଲାଙ୍ଗିର ସିଟିର ଅଧ୍ୟକ୍ଷା ପିଙ୍କି ମୋଦିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବିଷ୍ଣୁପ୍ରସାସଦ କେଡିଆ, ଅକ୍ଷୟ ବର୍ମା, ଅଭିନାଶ ଅଗ୍ରୱାଲ, ପିୟୁସ ଅଗ୍ରୱାଲ, ସୁଷମା ପାତ୍ର, ଆର୍ତତ୍ରାଣ ପାଢ଼ୀ, ଶିବ ମେହେର, ପରେଶ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଅନିତା ଅଗ୍ରୱାଳ, ରୁକମା ଅଗ୍ରୱାଲ, ସ୍ରିଷ୍ଟି ଅଗ୍ରୱାଲ ଓ ଅନିଲ ମୋଦି ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking