25.1 C
Bhubaneswar
Thursday, May 9, 2024
Homeଓଡିଶାଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୪୬ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରେ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୨୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଂଜାମ ଜିଲ୍ଲାରୁ ୨୬୬, ନୟାଗଡ ଜିଲ୍ଲାରୁ ୧୪୩, ପୁରୀ ଜିଲ୍ଲାରୁ ୧୪୧, ରାୟଗଡା ଜିଲ୍ଲାରୁ ୧୧୨, କୋରାପୁଟ ଜିଲ୍ଲାରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଥିବା ସ୍ଥଳେ କଟକ ଜିଲ୍ଲାରୁ ୯୮, ବୌଦ୍ଧ ଜିଲ୍ଲାରୁ ୮୭, ମାଲକାନଗିରି ଜିଲ୍ଲାରୁ ୭୬, କେନ୍ଦ୍ରାପଡା ଜିଲ୍ଲାରୁ ୭୪, କନ୍ଧମାଳ ଜିଲ୍ଲାରୁ ୭୩, ସୁନ୍ଦରଗଡ ଜିଲ୍ଲାରୁ ୭୩, କଳାହାଣ୍ଡି ଜିଲ୍ଲାରୁ ୭୨, ମୟୁରଭଂଜ ଜିଲ୍ଲାରୁ ୭୦, ବାଲେଶ୍ୱର ଜିଲ୍ଲାରୁ ୬୩, ନବରଂଗପୁର ଜିଲ୍ଲାରୁ ୪୪, ଗଜପତି ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୪୦ ଜଣ, କେନ୍ଦୁଝର ଜିଲ୍ଲାରୁ ୩୭, ଅନୁଗୁଳ ଜିଲ୍ଲାରୁ ୩୨, ଜଗତସିଂହପୁର ଜିଲ୍ଲାରୁ ୩୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ସମ୍ବଲପୁରରୁ ୩୨, ବରଗଡ ଜିଲ୍ଲାରୁ ୨୯, ଢେଙ୍କାନାଳ ଜିଲ୍ଲାରୁ ୨୦, ସୋନପୁରରୁ ୨୦, ବଲାଙ୍ଗୀରରୁ ୧୮, ଝାରସୁଗୁଡାରୁ ୧୭ ଓ ଦେବଗଡରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।


5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking