34.1 C
Bhubaneswar
Friday, March 29, 2024
Homeଓଡିଶାମିନର୍ଭା ପଲଟ୍ରି ଫାର୍ମରେ ଯୁବକଙ୍କ ରହସ୍ୟ ଜନକ ମୃତ୍ୟୁ, ୫ଲକ୍ଷ ସାହାଯ୍ୟ ଦେଲେ ମାଲିକ

ମିନର୍ଭା ପଲଟ୍ରି ଫାର୍ମରେ ଯୁବକଙ୍କ ରହସ୍ୟ ଜନକ ମୃତ୍ୟୁ, ୫ଲକ୍ଷ ସାହାଯ୍ୟ ଦେଲେ ମାଲିକ

ବଲାଙ୍ଗୀର: ବଲାଙ୍ଗିର ସୋନପୁର ରାସ୍ତା ଭଦ୍ରାପାଲି ସ୍ଥିତ ମିନର୍ଭା ପଲଟ୍ରି ଫାର୍ମରୁ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉକ୍ତ ମୃତକ ଜଣକ ପୁଇଁନ୍ତଳା ବ୍ଲକ ଅଧୀନସ୍ଥ, ମଙ୍ଗଳାପାଲି ଗ୍ରାମର ମନ୍ତୋଷ କୁଅଁର ବୋଲି ଜଣାପଡିଛି । ମନ୍ତୋଷ ପ୍ରତିଦିନ ପଲଟ୍ରି ଫାର୍ମକୁ କାମ କରିବାକୁ ଆସନ୍ତି । କିନ୍ତୁ ଆଜି ହଠତ କନଭେଅର ବେଲ୍ଟ ରେ ତାଙ୍କ ଶବ ପଡିଥିବା ଦେଖୀବାକୁ ମିଳିଥିଲ।। ପରେପରେ ତାଙ୍କର ପରିବାର ଓ ଗ୍ରମବାସୀ ଘଟଣା ସ୍ଥଳକୁ ଆସି ପଚାରିବାରୁ, ବିଦ୍ୟୁତ ଆଘାତରେ ମନ୍ତୋଷଙ୍କ ଜିବନ ଚାଲିଯାଇଥିବା ତାଙ୍କୁ କୁହାଯାଇଥିଲ। । ସେହିପରି ଘଟଣା ସ୍ଥଳରେ କୌଣସି ବିଜୁଳି ଉପକରଣ କିମ୍ବା ତାର ଯାଇ ନଥିବା ବେଳେ ବିଦ୍ୟୁତ ଆଘାତରେ କିପରି ତାଙ୍କର ଜିବନ ଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ । ଘଟଣାର ପାରପାଶ୍ୱିକ ସ୍ଥିତିରୁ ଏହା ଏକ ପ୍ଲାନ ମର୍ଡର ବୋଲି ଅଭୀଯୋଗ କରିବା ସହ ଏଥି ପାଇଁ ଫାର୍ମର ମାଲିକ ଓ କର୍ମଚାରୀମାନଙ୍କ ଉପରେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି । ତେବେ ମୃତ ମନ୍ତୋଷଙ୍କୁ ନ୍ୟାୟ ଦେବା ଦାବି ନେଇ ଗ୍ରାମବାସୀ ବଲାଙ୍ଗିର ସୋନପୁର ରାସ୍ତା ବନ୍ଦ କରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ, ଫାର୍ମର ମାଲିକ ଶୋକସନ୍ତପ୍ତ ପରିବାରକୁ ୫ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ପୋଲିସ ପକ୍ଷରୁ ଉପଯୁକ୍ତ ଯାଞ୍ଚ ଓ ମାଲିକଙ୍କ ଠାରୁ ପଇସା ପାଇବା ପରେ ଗ୍ରାମବାସୀ ଧାରଣା ବନ୍ଦ କରିବା ସହ ରାସ୍ତା ଖୋଲି ଦେଇଥିିଲେ । ଥାନାରେ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତ ମନ୍ତୋଷଙ୍କ ଶବକୁ ବ୍ୟବଛେଦ ପାଇଁ ଡାକ୍ତରଖାନକୁ ପଠାଯାଇଛି । ତେବେ ମୃତ ମନ୍ତୋଷଙ୍କ ଶବ ବ୍ୟବଛେଦ ରିପୋର୍ଟ ଓ ଉପଯୁକ୍ତ ତଦନ୍ତ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବା ବୋଲି ଆଶା କରାଯାଇଛି । ସେହିପରି ଫାର୍ମ ମାଲିକଙ୍କ ତତକ୍ଷଣାତ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ଘଟଣାରେ ମାଲିକ ଓ କର୍ମଚାରୀଙ୍କ ସଂପୃକ୍ତି ତଥା ଫାର୍ମରେ ଶ୍ରମିକମାନଙ୍କ ପାଇଁ ଥିବା ଅପାଯ୍ୟପ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ବଢାଉଛି । ତେବେ ଫାର୍ମର ମାଲିକଙ୍କ ସହ ଏ ସଂପର୍କରେ ପଚାରିବା ପାଇଁ ଫୋନ କରିବାରୁ ସେ ଫୋନ କାଟି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking