40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପୁଲୱାମା ଆତଙ୍କୀ ଆକ୍ରମଣ ଘଟଣା: ୧୩ ହଜାର ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ପୁଲୱାମା ଆତଙ୍କୀ ଆକ୍ରମଣ ଘଟଣା: ୧୩ ହଜାର ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ଭୁବନେଶ୍ୱର : ୧୪ ଫେବୃଆରୀ ୨୦୧୯ରେ ହୋଇଥିବା ହୃଦୟ ବିଦାରକ ପୁଲୱାମା ଆକ୍ରମଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜମ୍ମୁର ଏନଆଇଏ ଅଦାଲତରେ ୧୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୩ ହଜାର ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏହି ଆକ୍ରମଣରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ପାକିସ୍ତାନ ସ୍ଥିତ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା।
ଡେପୁଟି ଇନସପେକ୍ଟର ଜେନେରାଲ ସୋନିଆ ନାରଙ୍ଗ ଏବଂ ପୁଲିସ ଅଧିକ୍ଷକ ରାକେଶ ବଲୱାଲଙ୍କ ଏକ ଟିମ୍ ଦ୍ଵାରା ଏହି ମାମଲାର ଯାଂଚ୍ କରାଯିବା ପରେ ୧୩ ହଜାର ୫୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଚାର୍ଜସିଟରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୂଦ ଅଜହର ଏବଂ ତାର ଭାଇ ଅବଦୁଲ ରଉଫ ଅସଗର ସମେତ ୧୯ ଜଣଙ୍କ ନାମ ସାମିଲ ଅଛି।
ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଚାର୍ଜସିଟରେ ପୁଲୱାମା ଆକ୍ରମଣରେ ପାକିସ୍ତାନର ଭୂମିକା ଓ ତାହା ବିରୋଧରେ ସାକ୍ଷ୍ୟ ପ୍ରମାଣ ରହିଛି। ପାକିସ୍ତାନ ଏକ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଅହମଦ ଡାରକୁ ବ୍ୟବହାର କରିଛି। ଯିଏକି ପୁଲୱାମାରେ ସିଆରପିଏଫର କାରକେଡ ଯାଉଥିବା ବେଳେ ବିସ୍ଫୋଟକରେ ପୂର୍ଣ୍ଣ ଏକ କାର ଆଣି ଟକ୍କର ଦେଇଥିଲା। ଯାଂଚରେ ଜଣା ପଡ଼ିଛି ଯେ, ଆକ୍ରମଣରେ ବ୍ୟବହୃତ ହୋଇଥିବା ଆରଡିଏକ୍ସ ପାକିସ୍ତାନରୁ ଅଣାଯାଇଥିଲା। ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିଥିଲେ।
ଏହି ଆତ୍ମଘାତୀ ଆକ୍ରମଣରେ ଜୈଶର ଆତଙ୍କବାଦୀ ଆଦିଲ ଅହମ୍ମଦର ହାତ ଥିଲା। ଚାର୍ଜସିଟରେ ଜଣେ ମହିଳା ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମ ରହିଛି। ଯେଉଁମାନେ ପାକିସ୍ତାନର ଇସାରାରେ ଏହି ଆତ୍ମଘାତୀ ଆକ୍ରମଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking