28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ଆରମ୍ଭ କରିଛନ୍ତି । ଏହା ସହ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ ହୋଇଛି । ଅନ୍ୟପକ୍ଷରେ ଦ୍ବିତୀୟ ଥର ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ଏହା ପ୍ରଥମ ବଜେଟ୍ ।
ତେବେ ବଜେଟ୍ ଅଭିଭାଷଣ ଆରମ୍ଭରୁ ସୀତାରମଣ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରକୁ ବହୁମତ ମିଳିଛି । ୨୦୧୯ ନିର୍ବାଚନ ଫଳାଫଳ ଆମ ନୀତି ଗୁଡିକୁ ନେଇ ମିଳିଛି । ଲୋକମାନେ ଆମ ସରକାରଙ୍କ ଉପରେ ଭରଷା ଦେଖାଇଛନ୍ତି । ଏହି ବଜେଟ୍ ଲୋକଙ୍କ ଆକାଂକ୍ଷାର ବଜେଟ୍ । ଏହି ସମୟରେ ସୀତାରମଣ କହିଛନ୍ତି ଯେ, ଜିଏସଟି କରିଥିବା ଲୋକ ଆଜି ଆମ ଗହଣରେ ନାହାଁନ୍ତି ।
ଏହି ଅବସରରେ ମୁଁ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଦେଶର ଲୋକମାନଙ୍କ ସେବା ପାଇଁ ଆମ ସରକାର ଏକ ଦେଶ ଏକ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିଥିଲେ । ଜିଏସଟି ସଂଗ୍ରହ ଲଗାତର ଭାବରେ ବଢୁଛି । ଏହା ଏବେ ଏକ ଲକ୍ଷ କୋଟି ପାର କରିସାରିଲାଣି । ଜିଏସଟି କାଉନସିଲ ଲୋକଙ୍କ ସମସ୍ୟା ବିଷୟରେ ଶୁଣୁଛି । ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହା ହେଉଛି ତାଙ୍କର ଦ୍ୱିତୀୟ ବଜେଟ୍ ଅଭିଭାଷଣ ।
ସେ କହିଛନ୍ତି, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି । ଆମ ସରକାର ଲୋକଙ୍କ ପାଇଁ କାର‌୍ୟ୍ୟ କରି ଆସୁଛି । ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି । ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟି ପ୍ରମାଣ କରି ଦେଖାଇଛି ।
ଜିଏସଟି ଯୋଗୁ ଇନ୍ସପେକ୍ଟର ରାଜର ପରିସମାପ୍ତି ଘଟିଛି । ଗତ ୨ ବର୍ଷରେ ଆମେ ନୂଆ ୬୦ ଲକ୍ଷ ଟିକସଦାତାଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଛୁ । ଏପ୍ରିଲ ୨୦୨୦ରୁ ଟିକସ ଦାଖଲ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବ । ଏଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ ।୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଆମର ଲକ୍ଷ୍ୟ । ସରକାରଙ୍କ ଋଣଭାର ୨୦୧୪ ମାର୍ଚ୍ଚରେ ୫୨.୨% ରହିଥିଲା । ହେଲେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭% ହୋଇଛି । ” ବଜେଟ୍ ୨୦୨୦ ଦେଶବାସୀଙ୍କର କର୍ମସଂସ୍ଥାନ ସମସ୍ୟା ସମାଧାନ କରିବ, ବାଣିଜ୍ୟକୁ ସମୃଦ୍ଧ କରିବ, ସମସ୍ତ ସଂଖ୍ୟାଲଘୁ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିବିଶେଷଙ୍କର ଆକାଙ୍କ୍ଷା ପୂରଣ କରିବା ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking