32.1 C
Bhubaneswar
Thursday, March 28, 2024
Homeଓଡିଶାସାମ୍ବାଦିକଙ୍କ ନିରପେକ୍ଷତା ଉପରେ ଗଣତନ୍ତ୍ର ର୍ନିଭରଶୀଳ -ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସାମ୍ବାଦିକଙ୍କ ନିରପେକ୍ଷତା ଉପରେ ଗଣତନ୍ତ୍ର ର୍ନିଭରଶୀଳ -ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : “ସମୀକ୍ଷା ଅ ।ମ ସମୟର ” ସାପ୍ତାହିକ ପତ୍ରିକାର ୧୪ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ସାମ୍ବାଦିକମାନେ ନିରପେକ୍ଷ ଭାବେ ର୍ନିଭୟରେ ସଂବାଦ ପ୍ରକାଶ କରିବା ଉଚିତ ବୋଲି କହିଥିଲେ । ଓଡିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜସ୍ଟିସ ଏ.ଏସ.ନାଇଡୁ ଉତ୍ସବ ଉଦଘାଟନ କରି ଗଣତନ୍ତ୍ରର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଅ ।ଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତ ସରକାରଙ୍କ ପ୍ରାକ୍ତନ ପ୍ରମୁଖ ସୂଚନା ଅଧିକାରୀ ପ୍ରଫେସର ଡ: ଉମାକାନ୍ତ ମିଶ୍ର ସଂବାଦପତ୍ରର ସମାଜ ଓ ବ୍ୟକ୍ତି ଉପରେ ପ୍ରଭାବ ସମ୍ପର୍କରେ ଅ ।ଲୋଚନା କରିଥିଲେ । ଏହି ଉତ୍ସବରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ , ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ବାପି ମିଶ୍ର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅ ।ଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିବାବେଳେ “ସମୀକ୍ଷା’ର ସମ୍ପାଦକ ଡ: ମହେଶ୍ୱର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଡ: ସତ୍ୟ ରାୟଙ୍କୁ “ଜୀବନବ୍ୟାପି ସାମ୍ବାଦିକତା ସେବା’, ‘ଜନ୍ମେଜୟ ରାୟଙ୍କୁ “ଅ ।ଇନ ସେବା’, ରକ୍ଷକ ନାୟକଙ୍କୁ “ସୁଲେଖକ”, ଡା: ଦେବାଶିଷ ମିଶ୍ରଙ୍କୁ “ସ୍ୱାସ୍ଥ୍ୟସେବା’, ଶ୍ରୀମତୀ ଅର୍ଚ୍ଚନା ଯାଚକଙ୍କୁ “ଶିକ୍ଷାଦାନ’, ଜୟନ୍ତ କୁମାର ମହାନ୍ତିଙ୍କୁ “ସମାଜସେବା”, ପଞ୍ଚାନନ ବେହେରାଙ୍କୁ “ଶିକ୍ଷାବିତ’ ଓ ଶଶାଙ୍କ ଶେଖର ଦାସଙ୍କୁ “ବିଶିଷ୍ଠ ଖବରକାଗଜ ସଂଗ୍ରାହକ’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ୩ଶହରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିବାବେଳେ ରୋମା ଦାଶମହାପାତ୍ର ଓ ନିୟତି ପ୍ରଧାନ ମାନପତ୍ର ପାଠ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking