23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ

ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରକାଶ କରିଛନ୍ତି । ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ମନ୍ତ୍ରୀ କହିଛନ୍ତି । ତେବେ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ । ଆଉ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ । ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ୍ ହାର ୫୭.୩୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୭୫.୪୮ ପ୍ରତିଶତ ରହିଛି । ଯଦି ଆପଣ ନିଜ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ www.odisaresults.nic.in ୱେବସାଇଟ୍ ଫଲୋ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking