39.2 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଡ୍ରଗ୍ସ ମାମଲାରେ ସୌଭିକ ଓ ମିରାଣ୍ଡାଙ୍କୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଏନସିବି

ଡ୍ରଗ୍ସ ମାମଲାରେ ସୌଭିକ ଓ ମିରାଣ୍ଡାଙ୍କୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଏନସିବି

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ବା ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ । ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର ସମ୍ପୃକ୍ତି ନେଇ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ଦୁହିଁଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଅଦାଲତକୁ ଆବେଦନ କରିଥିଲା ଏନସିବି । ଏହାର ଶୁଣାଣି କରି ଅଦାଲତ ଏବେ ସୌଭିକ ଓ ମିରାଣ୍ଡାଙ୍କୁ ୫ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

ତେବେ ଏହି ମାମଲାରେ ସିବିଆଇ ଓ ଇଡି ମଧ୍ୟ ଯାଞ୍ଚରେ ଲାଗିଛନ୍ତି । ଅନ୍ୟପଟେ ରିୟାଙ୍କ ହ୍ୱାଟ୍ସ୍ରଆପ୍ ଚାଟରୁ ଜଣାପଡିଛି ଯେ, ରିୟା ଡ୍ରଗ୍ସ ନେବା ସହ ତାହାର କିଣା-ବିକା ମଧ୍ୟ କରୁଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ରିୟାଙ୍କୁ କୁହାଯାଉଥିବା ବେଳେ ଏନେଇ ତଦନ୍ତ ଜୋର ଧରିଛି । ଏହି ମାମଲାରେ ସୁଶାନ୍ତଙ୍କ ସମ୍ପର୍କୀୟ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking