28.1 C
Bhubaneswar
Saturday, April 27, 2024
HomeUncategorizedକରୋନା ରୋଗୀଙ୍କୁ ଅସଦାଚରଣ ଅଭିଯୋଗ

କରୋନା ରୋଗୀଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ପ୍ରଳୟ ଚାଲିଥିବା ବେଳେ ଏହା ଭିତରେ ଏକ ନିନ୍ଦନୀୟ ଖବର ଆସିଛି । ଖବରଟି ହେଲା ଚିକିତ୍ସିତ ହେଉଥିବା ଜଣେ କରୋନା ରୋଗୀଙ୍କୁ କାର୍ଯ୍ୟରେ ଥିବା ସ୍ୱାସ୍ଥ୍ୟ କର୍ମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନୋଏଡାରେ ଘଟିଥିବା ସୂଚନା ମିଳିଛି । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅଭିଯୋଗ ଅନୁସାରେ, ଜଣେ ୨୦ ବର୍ଷୀୟ ମହିଳା କିଛି ଦିନ ତଳେ ଗୋଟିଏ ଶିଶୁଟିକୁ ଜନ୍ମ ଦେଇଥିଲେ । ହେଲେ ପରେ ସେ କରୋନା ପଜେଟିଭ ବୋଲି ଚିହ୍ନଟ ହେବା ପରେ ଶାରଦା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ପରନର୍ତ୍ତୀ ସମୟରେ ଏହି ଘଟଣା ପ୍ରଘଟ ହେବା ପରେ ନଲେଜ ପାର୍କ ପୋଲିସ ଥାନାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉକ୍ତ ଦୁଇ କର୍ମଚାରୀ ଲଭକୁଶ ଓ ପ୍ରବୀଣଙ୍କୁ ଗିରଫ କରିଥିଲେ । ତେବେ ଏହି ଦୁଇ ଜଣ ଅନ୍ୟ ଏକ ଏଜେନ୍ସିର ଏବଂ ତାଙ୍କୁ ହସ୍ପିଟାଲ କାମ ପାଇଁ ରଖାଯାଇଥିଲା ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି । ହେଲେ ଏହି ଘଟଣା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ବେଳେ ସଂପୃକ୍ତ ଏଜେନ୍ସି ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking