27.1 C
Bhubaneswar
Thursday, April 25, 2024
Homeଓଡିଶାକଟକରେ ସିଲ୍ ହେଲା ମଦ ଦୋକାନ

କଟକରେ ସିଲ୍ ହେଲା ମଦ ଦୋକାନ

କଟକ: କଟକରେ ସିଲ୍ ହେଲା ଖୋଲା ଥିବା ସମସ୍ତ ମଦ ଦୋକାନ । ଗ୍ରୀନ ଜୋନ ଘୋଷଣା ହେବା ପରଠାରୁ ସରକାର ସମସ୍ତ ଦୋକାନ ଖୋଲିବାକୁ ଗାଇଡ ଲାଇନରେ ଦର୍ଶାଇଥିଲେ । ଯାହା ଫଳରେ ମଦ କାଉଣ୍ଟରରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା । ହେଲେ ଏବେ ସରକାର ଏହି ନିଷ୍ପତ୍ତିରେ ପରିବର୍ତନ କରିଛନ୍ତି । ଫଳରେ ସମସ୍ତ ମଦ ଦୋକାନକୁ କଟକରେ ଏବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାର ଅନୁମତି ଦେଇନାହାନ୍ତି । ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସମସ୍ତ ମଦ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏହାକୁ ଭିତ୍ତି କରି ଆଜି କଟକରେ ଖୋଲା ଥିବା ସମସ୍ତ ମଦ ଦୋକାନକୁ ଅବକାରୀ ବିଭାଗ ସିଲ୍ କରିଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking