34.1 C
Bhubaneswar
Thursday, April 25, 2024
Homeଅପରାଧଦୁଇ ଝିଅଙ୍କ ତଣ୍ଟି ଚିପି ମାରିଲା ବାପା

ଦୁଇ ଝିଅଙ୍କ ତଣ୍ଟି ଚିପି ମାରିଲା ବାପା

ନୂଆଦିଲ୍ଲୀ: ବହଜୋଇ ଥାନା ଅନ୍ତର୍ଗତ ବାମନପୁରୀକଳା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଦୁଇ କୋମଳମତୀ ଛୋଟ ଝିଅ ଜୟପ୍ରକାନ୍ତୀ (୫) ଓ ପୂଜା (୯)ଙ୍କୁ ତାଙ୍କ ଘରେ ଗଳା ଚିପି ହତ୍ୟା କରାଯାଇଛି । ବ୍ୟବଚ୍ଛେଦ ପରେ ତାଙ୍କ ବେକର ହାଡ ଭାଙ୍ଗି ଯାଇଥିବା ପୋଲିସ କହିଛି । ଆଉ ଗଳା ଚିପିବା ସମୟରେ ଦୁଇ ଭଉଣୀଙ୍କ କାନରୁ ରକ୍ତ ବାହାରିଥିବା ମଧ୍ୟ ସୂଚନା ମିଳିଛି । ଗଳାରେ କ୍ଷତ ଚିହ୍ନ ରହିବା ସହ ନାକ ପାଖରେ ବି କ୍ଷତ ବିକ୍ଷତ ଚିହ୍ନ ରହିଛି । ବୁଧବାର ଦିନ ଏହି ଦୁଇ ନାବାଳିକାଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ହେଲେ ରାତି ହୋଇଥିବାରୁ ଗୁରୁବାର ଦିନ ବ୍ୟବଚ୍ଛେଦ ହୋଇଥିଲା । ଦୁଇ ନାବାଳିକାଙ୍କ ପିତା ହରି ସିଂ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ପୋଲିସ କହିଛି । ଆଉ ରୋଗ ପାଇଁ ଦୁହିଁଙ୍କର ମୃତ୍ୟୁ ହୋଇଛି ବୋଲି ସମସ୍ତଙ୍କୁ କହିଥିଲେ ହରି ସିଂ । ପରେ ପୋଲିସକୁ ଖବର ଦେବା ପରିବର୍ତେ ଘରଠାରୁ ଦୁଇ କିଲୋମିଟର ଦୂରରେ ଗାତ କରି ସେଥିରେ ଦୁହିଁଙ୍କୁ ପୋତି ଦେଇଥିଲେ । କିଛି ନିକଟ ସଂପର୍କୀୟଙ୍କ ଉପସ୍ଥିତିରେ ଦୁହିଁଙ୍କର ସତ୍କାର ହୋଇଥିଲା । ରୋଗ କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହେବା ନେଇ କାହାର ମନ ବୁଝୁନଥିଲା । ସମସ୍ତେ ଏହି ଘଟଣାକୁ ନେଇ ସନ୍ଦେହ କରୁଥିଲେ । ପରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଶେଷରେ ପୋଲିସ ନିକଟରେ ପହଂଚିଥିଲା । ଆଉ ପୋଲିସ ପହଂଚି ଶବକୁ ଗାତରୁ ବାହାର କରି ବ୍ୟବଚ୍ଚେଦ ପାଇଁ ପଠାଇଥିଲା । ରିପୋର୍ଟ ଆସିବା ପରେ ହରି ସିଂର ମିଛ ସାମ୍ନାକୁ ଆସିଥିଲା । ତେବେ ତାଙ୍କ ପୁଅ ଇନ୍ଦ୍ରପାଲ ହରି ସିଂ ଙ୍କ ବିପକ୍ଷରେ ଥାନାରେ ଏତଲା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking