29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା

ରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା

ଭୁବନେଶ୍ୱର : ସିବିଏସଇ ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସ୍ଥିତି ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । କଳା , ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବାକି ଥିବା ପରୀକ୍ଷା ଗୁଡ଼ିକୁ ସ୍ଥଗିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ଯେଉଁ ସ୍ଥିତିରେ ରହିଛି ଏହି ସମୟରେ ପରୀକ୍ଷା କରିବା ସମ୍ଭବ ନୁହେଁ ।ମାର୍ଚ୍ଚ ମାସ ୨୩ ରୁ ୨୮ ପର୍ଯ୍ୟନ୍ତ ବାକି ଥିବା ସମସ୍ତ ପରୀକ୍ଷାଗୁଡ଼ିକୁ ବାତିଲ କରି ଦିଆଯାଇଛି । ପରୀକ୍ଷା ବାତିଲ କରାଯାଇଥିବାରୁ ସିବିଏସଇ ଢାଞ୍ଚାରେ ମାର୍କିଂ ଦିଆଯିବ । ପିଲାମନେ ଦେଇଥିବା ପରୀକ୍ଷାର ଆଭରେଜ ଦେଖି ମାର୍କିଂ କରାଯିବ । ଯେଉଁ ଛାତ୍ରଛାତ୍ରୀ ମାନେ ୫ଟି ପରୀକ୍ଷା ଦେଇଥିବେ , ସେମାନଙ୍କର ଶ୍ରେଷ୍ଠ ୩ଟିରୁ ଆଭରେଜ ମାର୍କ ପ୍ରଦାନ କରାଯିବ । ଯେଉଁମାନେ ୪ଟି ପରୀକ୍ଷା ଦେଇଥିବେ , ସେମାନଙ୍କର ଶ୍ରେଷ୍ଠ ୨ଟି ଦେଖି ଆଭରେଜ ମାର୍କ ଦିଆଯିବ । ସେହିପରି କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀମାନେ ଗଲା ବର୍ଷ ଶ୍ରେଷ୍ଠ ମାର୍କ ଦେଖି ଆଭରେଜ ଦିଆଯିବ ।
ତେବେ ଯେଉଁମାନେ ଏହି ମାର୍କିଂରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ପୁଣି କରୋନା ସ୍ଥିତି ଟଳିଲେ ପରୀକ୍ଷା ଦେବେ । ଏହି ମାସ ୩୧ ତାରିଖ ସୁଦ୍ଧା ରେଜଲ୍‌ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ କହିଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking