OnaKhabar

ଆରମ୍ଭ ହେଲା ରଥ ଟଣା , ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ

ପୁରୀ : ଆଜି ବାହୁଡ଼ା ଯାତ୍ରା । ରତ୍ନ ବେଦୀକୁ ବାହୁଡ଼ିବେ ତିନି ଠାକୁର । ଜନ୍ମବେଦୀ ମାଉସୀ ଘରୁ ଲୀଲା ଖେଳା ସମାପ୍ତ କରି ତିନି ଠାକୁର ବିଜେ ହେବେ ରତ୍ନ ବେଦୀକୁ । ବାହୁଡ଼ାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଟଣା । ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଆରମ୍ଭ ହୋଇଯାଇଛି ରଥଟଣା । ଘଡ଼ଘଡ଼ ନାଦ କରିି ବଡ଼ ଦାଣ୍ଡ ଦେଇ ଶ୍ରୀମନ୍ଦିର ଅଭିମୁଖେ ବାହାରି ଯାଇଛି ତାଳଧ୍ୱଜ ରଥ ।
ଏହା ପରେ ଭାଇ କୁ ଦେଖି ଭଉଣୀ ସୁଭଦ୍ରାଙ୍କ ରଥ ମଧ୍ୟ ବଡ଼ଦାଣ୍ଡରେ ଗଡ଼ ଚାଲିଛି । ଶେଷରେ କାଳିଆ ଠାକୁର ମହାପ୍ରଭୁ ଜଗନ୍ନାଥ ରଥରେ ବସି ଆସିବେ ।
ଋଥଯାତ୍ରା ପରି ଆଜି ମଧ୍ୟ ବିନା ଭକ୍ତରେ ରଥ ଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି । ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ପୁରୀ ସହର ଭିତରକୁ କାହାରିକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ । କେବଳ ସେବାୟତ ଓ ପୋଲିସ୍ ମାନଙ୍କ ଦ୍ୱାରା ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି ।