30.1 C
Bhubaneswar
Friday, April 26, 2024
Homeଓଡିଶା+୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଶ୍ୱସନା ଦେଲେ ମନ୍ତ୍ରୀ

+୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଶ୍ୱସନା ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩୩% ମାର୍କ ବାଧ୍ୟତାମୂଳକ । ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ୱସନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସରକାର ଏନେଇ ବିଚାର କରିବେ । ଛାତ୍ରଛାତ୍ରୀ ମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ଏବଂ ଯଦି ପିଲା ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହନ୍ତି, ତେବେ ସେନେଇ ବିଚାର କରାଯିବ । ଏବର୍ଷ ଲାଗୁ କରା ନଯିବା ନେଇ ସରକାର ବିଚାର କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଆଗରୁ ପ୍ରଥମ ବର୍ଷରେ ପରୀକ୍ଷା ହେଉଥିଲା । ଏବେ ବି ସେହି ପରୀକ୍ଷା ହେବ। ନୂଆ କଥା କିଛି ନାହିଁ । ବିଦ୍ୟାଳୟଗୁଡ଼ିକ ଆଗରୁ ପରୀକ୍ଷା କରୁଥିଲେ । ଏବେ ବି ପରୀକ୍ଷା ପରିଚାଳନା କରିବେ । ଏବେ କେବଳ ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର‌୍ୟ୍ୟ ହୋଇଛି । ପାସ୍ ପାଇଁ ୩୩% ମାର୍କ ରଖିବା ବ୍ୟବସ୍ଥା ଆଗରୁ ରହି ଆସିଛି । ଆମେ ବି କହିଛୁ ଯେ ଯେଉଁ ପିଲାମାନେ ପ୍ରଥମ ବର୍ଷ ପରୀକ୍ଷାରେ ରହିଯିବେ ସେମାନଙ୍କ ପାଇଁ ମେ’ ମାସରେ ଆଉଥରେ ସୁଯୋଗ ରହିଛି । କୌଣସି ବି ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ବିଭାଗର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ ।
ପରୀକ୍ଷାରେ ପାସ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଫେବ୍ରୁଆରି ମାସରେ ବାର୍ଷିକ ପରୀକ୍ଷା ହେବ । ଏଥିରେ ୩୩% ମାର୍କ ନ ରଖିଲେ ଛାତ୍ରଛାତ୍ରୀ ଫେଲ୍ ହେବେ । ଯେଉଁମାନେ ୩୩%ରୁ କମ୍ ମାର୍କ ରଖିଥିବେ ସେମାନଙ୍କୁ ମେ’ ମାସରେ ଆଉ ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ଉକ୍ତ ପରୀକ୍ଷାରେ କୃତକାର‌୍ୟ୍ୟ ହେଲେ ଛାତ୍ରଛାତ୍ରୀ ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବେ । ଗତ ସପ୍ତାହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେବା ପରେ ଏବେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି । ଗତ ଶନିବାର ଦିନ ଭୁବନେଶ୍ବରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ । ସୋମବାର ଭୁବନେଶ୍ବରର ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ପୁରୀସ୍ଥିତ ଏସସିଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିବା ସହ କ୍ୟାମ୍ପସରେ ଭଙ୍ଗାରୁଜା କରିଥିଲେ । ଆଜି ଭୁବନେଶ୍ବରର ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର ଛାତ୍ରୀ । ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତ୍ତି ବାତିଲ କରିବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking