26.1 C
Bhubaneswar
Friday, March 29, 2024
HomeUncategorizedଲୋକମାନଙ୍କ ଶାସନ-ଗଣତନ୍ତ୍ର

ଲୋକମାନଙ୍କ ଶାସନ-ଗଣତନ୍ତ୍ର

ଭୁବନେଶ୍ୱର : ଅଖଣ୍ଡ ଭାରତରସୀମା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପୀଛି । ଭାରତ ପରି ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ସବୁଆଡ଼େ ବିରଳ । ଗଣତନ୍ତ୍ର ହେଉଛି ୧୪୦ କୋଟି ଭାରତୀୟଙ୍କ ଆଶା ଏବଂ ସ୍ୱପ୍ନ । ଭାରତୀୟ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠା ପରେ ଏହାର ଜନକ ହେଉଛନ୍ତି ଡକ୍ତର ଭୀମରାଓ ଆମ୍ବେଦକର । ଦେଶର ସୁଶାସନ ପାଇଁ ସମ୍ବିଧାନ ପ୍ରସ୍ତୁତ କରି ଆଜି ବିଶ୍ୱ ଇତିହାସରେ ଚିରସ୍ମରଣୀୟ ହୋଇପାରିଛନ୍ତି ଆମ୍ବେଦକର । ପ୍ରକୃତ ସ୍ୱାଧୀନତାର ସ୍ୱାଦ ଆମେ ଏହିଦିନଠାରୁ ପାଇଥିବାରୁ ଏହି ଦିନଟି ଜାତୀୟ ପର୍ବ ଓ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନଟି ଜାତିୟତାର ଗୌରବତାକୁ ମନେ ପକାଇ ଦେଇଥାଏ । ବହୁ ବର୍ଷ ଇଂରେଜ ଶାସନଧୀନ ରହି ୧୯୫୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଦେଶ ସ୍ୱାଧୀନ ହେଲା । ଦେଶର ଶାସନ ଖସଡ଼ା ୧୯୫୦ ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହେଲା । ଏହି ଦିନଟିକୁ ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କଲା । ଏହି ଦିନରେ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ କରାଯାଏ । ଏହାକୁ ଖୁବ ମହା ସମାରୋହରେ ପାଳନ କରାଯାଏ । ଗଣତନ୍ତ୍ର ହେଉଛି ଶାସନ କ୍ଷମତାର ମୂଳ ଉତ୍ସବ । ଯାହା ଭାରତର ଜନସାଧାରଣଙ୍କ ହାତରେ ରହିଲା । ଲୋକମାନେ ନିର୍ବାଚନ ଏବଂ ଭୋଟ ବ୍ୟବସ୍ଥା ଦ୍ୱାରା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରି ଦେଶର ଶାସନଭାରକୁ ସୂଚାରୁ ରୂପେ ପରିଚାଳନା କରିଥାନ୍ତି । ଭାରତ ବିଶ୍ୱର ସବୁଠାରୁ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ । ଗଣ ଅର୍ଥ ଲୋକ ତନ୍ତ୍ର ଅର୍ଥ ଶାସନ । ଗଣତନ୍ତ୍ର ଅର୍ଥ ହେଲା ଲୋକମାନଙ୍କର ଶାସନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking