27.1 C
Bhubaneswar
Friday, March 29, 2024
Homeଅପରାଧମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀଙ୍କ ନିକଟରେ ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ତାଙ୍କ ନାମ ଇଡ଼ମେ ମାଡକାମୀ ଓ ଘର ମାଥିଲି ଥାନା ଅନ୍ତର୍ଗତ କମାରପଲ୍ଲୀ ଗ୍ରାମରେ ବୋଲି ଜଣାପଡ଼ିଛି । ସେ ଗତ 2015 ମସିହାରେ ମହୁପଦର  ଏଲ.ଓ.ଏସ ରେ ଯୋଗ ଦେଇଥିଲେ । ସେ 3 ଜଣଙ୍କୁ ହତ୍ୟା, 2 ଟି ସ୍ଥାନରେ ପୋଲିସ ସହ ଗୁଳିବିନିମୟ ଓ ଜଣେ  ଠିକାଦାରଙ୍କ ଗାଡି ପୋଡି ଘଟଣାରେ ଜଡ଼ିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମରେ 2 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ମାଓ ନେତାଙ୍କ ମହିଳାଙ୍କ ପ୍ରତି ଅସଦାଚରଣ , କୁମ୍ବିଂ ଅପରେସନ , ଟେମୁରୁପ।ଲ୍ଲୀ ଓ ମହୁପଦରରେ କ୍ୟାମ୍ପ ପ୍ରତିଷ୍ଠା ଯୋଗୁଁ ସେ ଆତ୍ମସମର୍ପଣ କରିଥିବା ଏସ. ପି ଶ୍ରୀ ଖିଲାରୀ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking