28.1 C
Bhubaneswar
Saturday, April 27, 2024
Homeଓଡିଶାବଡ଼ ଖବର; କରୋନା ନେଲା ଦୁଇ ଶିଶୁ ଜୀବନ

ବଡ଼ ଖବର; କରୋନା ନେଲା ଦୁଇ ଶିଶୁ ଜୀବନ

ମୟୂରଭଞ୍ଜ: କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦଜନକ ବୋଲି ଖବର ଆସିଥିଲା । ଯାହାର ପ୍ରଭାବ ଦେଖିବାକୁ ମିଳିଗଲାଣି । ରାଜ୍ୟରେ ଦିନକୁ ଦିନ କରୋନାରେ ଶିଶୁ ମୃତ୍ୟୁ ଖବର ସାମ୍ନାକୁ ଆସିବାରେ ଲାଗିଛି ।

ତେବେ ରାଜ୍ୟରେ କରୋନା ପୁଣି ନେଲା ୨ ଶିଶୁଙ୍କ ଜୀବନ । ୨ ଶିଶୁ ମୃତ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ମିଳିଛି । ମୃତକ ଉଭୟ ଶିଶୁ କନ୍ୟା ସନ୍ତାନ ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଜଣେ ୫ ମାସର କନ୍ୟା ସନ୍ତାନ ମୃତ ହୋଇଥିବା ସୂଚନାରୁ ଜଣାପଡ଼ିଛି । ସୂଚନାନୁସାରେ, ମୃତ ଶିଶୁ କନ୍ୟାଟି ହୃଦ ରୋଗରେ ଆକ୍ରାନ୍ତ ଥିଲା । ଅନ୍ୟ ମୃତ ଶିଶୁ କନ୍ୟା ଜଣକ କଟକ ଜିଲ୍ଲାର ବୋଲି ସୂଚନା ମିଳିଛି । ସୂଚନାମୁତାବକ, ମୃତ ୧୨ ଦିନର ଶିଶୁ କନ୍ୟା ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା ।

ବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା : ୧୦୬ ଶିଶୁ କରୋନା ଆକ୍ରାନ୍ତରେ ସଂକ୍ରମିତ, ରାଜ୍ୟରେ ୮୧୬

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking