30.1 C
Bhubaneswar
Saturday, April 27, 2024
Homeଓଡିଶା+୨ ପରୀକ୍ଷା ପାଇଁ ୧୧୪୩ଟି କେନ୍ଦ୍ରରେ ଲାଗିଛି ସିସିଟିଭି

+୨ ପରୀକ୍ଷା ପାଇଁ ୧୧୪୩ଟି କେନ୍ଦ୍ରରେ ଲାଗିଛି ସିସିଟିଭି

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ପ୍ରଶ୍ନପତ୍ର ଭୁଲ୍ ଆସୁଛି ତ କେତେବେଳେ ପ୍ରଶ୍ନପତ୍ର ଭାଇରାଲ୍ ହେଉଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିବା ସମୟରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳା ତଥା ବିବାଦମୁକ୍ତ ହେବ, ସେଥିପାଇଁ ଏଥର କଠୋର୍ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀଙ୍କୁ ହାତ ଘଣ୍ଟା ପିନ୍ଧିବା ଉପରେ କଟକଣା ଜାରି ହୋଇଛି । ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ହାତ ଘଣ୍ଟା କିମ୍ବା କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ । ଏଥର ବି କ୍ୟାମ୍ପସରେ ମୋବାଇଲ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ତେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍ପିଙ୍କ ଭିଡିଓ କନ୍ଫରେନ୍ସିଂ ସମୀକ୍ଷା ବୈଠକରେ ନିର୍ଦେଶ ଦିଆଯାଇଛି ।
ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲାଗିଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଚିତ୍ରା ଆରୁମଗମ । ତେବେ ଯୁକ୍ତ୨ ର ୧୧୪୩ଟି କେନ୍ଦ୍ରରେ ସିସିଟିଭି ଲାଗିଛି ବୋଲି କହିଛନ୍ତି ସଚିବ । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡ଼ିଓ କନଫରେନସିଂ ହୋଇଥିଲା । ଏଥିରେ ଉନ୍ନୟନ କମିଶନର, ଗଣଶିକ୍ଷା ସଚିବ, ପୋଲିସ ଏଡିଜି ଓ ସିଏଚଏସଇର କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତବର୍ଷ ୧୬୨୮ଟି ହାଇଅର ସେକେଣ୍ଡାରୀ ସ୍କୁଲ ଓ ଜୁନିଅର କଲେଜର ଚାରୋଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକରେ ୩, ୫୦, ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସମଗ୍ର ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ରଖିବା ଲାଗି ୨୦୨ଟି ହବ କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇଥର ଚେକିଂ କରାଯିବ । ପ୍ରଶ୍ନପତ୍ର ପରୀକ୍ଷା ହଲରେ ଖୋଲାଯିବ । ତେବେ ପରୀକ୍ଷା ହଲ ଚାରିପଟେ ପୋଲିସ ପହରା ମାରିବେ । ଆଉ ଦରକାର ପଡିଲେ ପାଟ୍ରୋଲିଂ ବି କରିବେ ବୋଲି ସୂଚନା ଦେଇଛନ୍ତି ସଚିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking