28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାଂସଦଙ୍କ ଦସ୍ତଖତକୁ ଜାଲ କରି ୨ ଗିରଫ

ସାଂସଦଙ୍କ ଦସ୍ତଖତକୁ ଜାଲ କରି ୨ ଗିରଫ

ମୟୁରଭଂଜ: ମୟୁରଭଂଜ ଲୋକସବା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ଦସ୍ତଖତକୁ ଜାଲ୍ କରି ଏମପି-ଲେଡ ଫଣ୍ଡ ବାନ୍ଧିବା ଅଭିଯୋଗରେ ଜଣେ ପଂଚାୟତ ସମିତି ସଭ୍ୟଙ୍କ ସହ ଦୁଇ ଜଣ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ମୟୁରଭଂଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ଗ୍ରାମପଂଚାୟତର ପଂଚାୟତ ସମିତି ସଭ୍ୟ ହେମନ୍ତ କୁମାର ସୋରେନ, ଲୋକସଭା ସାଂସଦ ଶ୍ରୀଟୁଡୁଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ କରନ୍ତି । ମାତ୍ର ଶ୍ରୀଟୁଡୁଙ୍କ ବିଶ୍ୱାସକୁ ନେଇ ତାଙ୍କ ନାମରେ ଜାଲ୍ ଦସ୍ତଖତ କରିବା ସହ ଏମପି-ଲେଡ ଫଣ୍ଡ କାମ ଦେବା କହି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାରିପଡା ସହର ୧୨ ନମ୍ବର ଓାର୍ଡର ଶୈଳେସ କୁମାର ଗିରି ସାଂସଦଙ୍କ ଜାଲ ଦସ୍ତଖତ ବିନିମୟରେ ବାରିପଦା ଆଇଟିଡିଏ ବିଭାଗରେ ଏମପି-ଲେଡ ଫଣ୍ଡରୁ ଜାଲ କାମ କରୁଥିବାରୁ ଧରାପଡିଛନ୍ତି । ଏନେଇ ସାଂସଦଙ୍କ ଅଭିଯୋଗକ୍ରମେ ବାରିପଡା ଟାଉନ ଥାନାରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ହେମନ୍ତ ଓ ଶୈଳେସକୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking