28.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାବଡ଼ ଖବର, କରୋନା ନେଲା ଆଉ ୨ ଜୀବନ, ସଂଖ୍ୟା ପହଂଚିଲା ୧୪କୁ

ବଡ଼ ଖବର, କରୋନା ନେଲା ଆଉ ୨ ଜୀବନ, ସଂଖ୍ୟା ପହଂଚିଲା ୧୪କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧିବପାଇଛି । ଜଣେ ମୃତକ ବରଗଡ଼ ଜିଲ୍ଲାର ୭୬ବର୍ଷୀୟ ବୃଦ୍ଧ ।  ମୃତ ବୃଦ୍ଧଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହା ସହ ସେ ଡାଇବେଟିସ୍ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ମୃତକ ଗଞ୍ଜାମ ଜିଲ୍ଲାର ୪୯ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିଲେ । କେବଳ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ କହିଲେ ରାଜ୍ୟ ସରକାର । କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ ବୋଲି କହିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ଆକ୍ରାନ୍ତ ୨୧ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୬୦୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking