30.1 C
Bhubaneswar
Friday, April 26, 2024
Homeକରୋନା ଓଡିଶାବଡ଼ ଖବର ; ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ, ସର୍ବାଧିକ ୩୦୪ଚିହ୍ନଟ

ବଡ଼ ଖବର ; ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ, ସର୍ବାଧିକ ୩୦୪ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୩୦୪ କାରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୫ହଜାର ଟପିଛି । ବତ୍ତର୍ମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୩୦୪ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଡ ହୋଇଥିବାବେଳେ ୩୨ଜଣ ସ୍ଥାନୀୟ ମାମଲା ବୋ ଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ରାଜ୍ୟରେ । ଶତକ ପରେ ଶତକ ମାଡ଼ି ଚାଲିଛି କରୋନା । ଏହା ପୂର୍ବରୁ ୨୨୫ ଜଣ କରୋନା ଆକ୍ରାନ୍ତ ଗୋଟିଏ ଦିନରେ ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ।
ସୂଚନାଯୋଗ୍ୟ, ଆଜି ୨୧ଟି ଜିଲ୍ଲାରୁ ୩୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଗଜପତିରୁ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୪୦, ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୁରଭଞ୍ଜରୁ ୬, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ, ସୋନପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗୀରିରୁ ଜଣେ ଲେଖାଏଁ ଏବଂ ୪୨ ଜଣ ଅଗ୍ନିଶମ ଓ ଏନ ଡ଼ି ଆର ଏଫ କର୍ମଚାରୀ ଅଛନ୍ତି ।

ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନୃ ୧୬୦୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking