28.1 C
Bhubaneswar
Saturday, May 11, 2024
Homeଅପରାଧଘରର ଝିଅ କାହାକୁ ଭଲ ପାଉଛି ଜାଣିବା ପରେ ବାପା ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ...

ଘରର ଝିଅ କାହାକୁ ଭଲ ପାଉଛି ଜାଣିବା ପରେ ବାପା ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଉତ୍ତରପ୍ରଦେଶ : ଝିଅଟିଏ ତା’ର ଯୌବନ ସମୟ ଆସିଲେ ଧୀରେ ଧୀରେ ପ୍ରେମ କ’ଣ ବୁଝିପାରେ । ତା’ପରେ ସମୟ ଗଡ଼ିବା ସହ ସେ ତା’ର ପ୍ରେମ ସମ୍ପର୍କ ବିଷୟରେ ନିଜ ପରିବାର ଲୋକଙ୍କୁ କହିଥାଏ । କିନ୍ତୁ ଘରେ ଜାଣିବା ପରେ ତା’ ସହ କ’ଣ ଘଟିବ , ସେ ଜାଣିନଥାଏ । କେତେବେଳେ ଝିଅଟିର ପରିବାର ସଦସ୍ୟ ରାଜି ହୋଇଥାନ୍ତି ତ ଅନ୍ୟ କେତେବେଳେ ରାଜି ହୋଇ ନଥାନ୍ତି । ଝିଅକୁ ବୁଝାସୁଝା କରିଥାନ୍ତି । ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ ।
ଉତ୍ତରପ୍ରଦେଶ ପ୍ରତାପଗଡ଼ ଅଞ୍ଚଳର କଣ୍ଢାଇ ଥାନା ଅନ୍ତର୍ଗତ ଚୌପାଇ ଗାଁ ର ଘଟଣା । ଗାଁର ସୂର୍ଯ୍ୟମଣିଙ୍କ ଝିଅ ତାଙ୍କରି ଗାଁର ଜଣେ ଯୁବକଙ୍କୁ ମନ ଦେଇ ବସିଥିଲେ । ଏହି ବିଷୟରେ ପରିବାର ସଦସ୍ୟ ଜାଣିବା ପରେ ଝିଅର ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଇନଥିଲେ । ଗତ ମଙ୍ଗଳବାର ଦିନ ରାତିରେ ସୂର୍ଯ୍ୟମଣୀଙ୍କ ଝିଅ ତାର ପ୍ରେମିକ କୁ ଙେଟିବାକୁ ଯାଇ ତା ପରଦିନକୁ ଘରକୁ ଫେରିଥିଲା ।ଏହି ଘଟଣା ବିଷୟରେ ଯେତେବେଳେ ଝିଅଟିର ବାପା ଓ ଭାଇ ଜାଣିଲେ , ସେ ସମୟରେ ସେମାନେ ଭୀଷଣ ରାଗି ଯାଇଥିଲେ । ତା’ପରେ ବାପା ଝିଅକୁ ବେଲ୍ଟରେ ଓ ଭାଇ ଭଉଣୀକୁ ବାଡ଼ିରେ ବାଡ଼େଇ ଲାଗିଲେ । ଏପରି ଅତ୍ୟାଚାର ଦେଖି ଗାଁ ଲୋକେ ସେମାନଙ୍କୁ ବାରଣ ମଧ୍ୟ କରିଥିଲେ । ସେମାନେ ଝିଅକୁ ବାଡ଼େଇବା ସହ ବାରମ୍ବାର ତା’ର ପ୍ରେମିକର ନାମ ପଚାରୁଥିଲେ । ଯାହାଫଳରେ ଝିଅର ବାପା ଓ ଭାଇ ଉକ୍ତ ପ୍ରେମିକ ବିଷୟରେ ଥାନାରେ ଅଭିଯୋଗ କରିବେ । କିନ୍ତୁ ଝିଅଟି ମାଡ଼ ଖାଇବା ସତ୍ତ୍ୱେ ମୁହଁରୁ କିଛି ବାହାର କରି ନଥିଲା । କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇପଡ଼ିବାରୁ ବାପା ଓ ଭାଇର ଅକଲ ଗୁଡ଼ୁମ ହୋଇଗଲା । ସେମାନେ ଝିଅଟିକୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ।
ଘଟଣାସ୍ଥଳରେ କଣ୍ଢାଇ ପୋଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥି ଲେ । ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରି ବାପା ଓ ଭାଇକୁ ଗିରଫ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking