31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ :ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ :ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କରେନାରେ ଆଉ ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜିର ୨ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ହୋଇଛି । ଆଜି ମୃତ୍ୟୁବରଣ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଅନୁଗୁଳର ଓ ଅନ୍ୟ ଜଣେ ଗଞ୍ଜାମର ବୋଲି ଜଣାପଡ଼ିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ ଜଣ ମୃତ୍ୟୁବରଣ କରିସାରିଲେଣି । ଆଜି ମୃତ୍ୟୁବରଣ କରିଥିବା ମୃତକ ୪୯ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ମୋଟ ୧୫୬୭ ଜଣ କରୋନା ଆକ୍ରାନ୍ତ ଭାବରେ ଚିହ୍ନଟ ହୋଇଥିବା ବେଳେ ୧୦୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୧୦ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

 
ଆଜି ଅନୁଗୁଳ ଜିଲ୍ଲାରେ ପ୍ରଥମ ଜୀବନ ନେଇଛି କରୋନା । ମୃତକ ହେଉଛନ୍ତି ଜିଲ୍ଲାର ୫୭ ବର୍ଷୀୟ ପୁରୁଷ । ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଜିଲ୍ଲାରେ ମେଟ ୭୧ ଟି କରୋନା କେସ୍ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ ସୁସ୍ଥ ହୋଇଛନ୍ତି । ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟରେ ଆଜି ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୩୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୨୨୯ ଜଣ କରୋନା ଆକ୍ରାନ୍ତ ୧୯ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୭୫୪୫ଟି ମୋଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୫୭ଟି ଆକ୍ଟିଭ କେସ୍ ରହିଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking