37.1 C
Bhubaneswar
Sunday, May 5, 2024
Homeଅପରାଧଟିମ୍‌-୬୦କୁ ସଫଳତା : ମାସକରେ ୧୭୭ ଗଲେ ଜେଲ୍‌

ଟିମ୍‌-୬୦କୁ ସଫଳତା : ମାସକରେ ୧୭୭ ଗଲେ ଜେଲ୍‌

ଭୁବନେଶ୍ୱର: ରାଜଧାନୀରେ ଚୋରି, ଲୁଟ୍‌ପାଟ୍ ଭଳି ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତ୍ୟେକ ଥାନାରେ ପିଓପିଡି(ସମ୍ପତ୍ତି ଜନିତ ଅପରାଧ) ଟିମ୍ ଗଠନ କରାଯାଇଛି । ଏହିଭଳି ଭାବେ ମୋଟ୍ ୬୦ଜଣ ଅଫିସର୍ କାର୍ଯ୍ୟ କରୁଛନ୍ତି । ଏହି ଟିମ୍‌-୬୦ ଅକ୍ଟୋବର ମାସରେ ୧୭୭ଜଣ ଅପରାଧୀଙ୍କୁ ଗିରଫ କରିଥିବାବେଳେ ୨୬ଜଣଙ୍କୁ ରିମାଣ୍ଡରେ ଆଣିଛି । ଏହାସହ ୧୨ଜଣଙ୍କୁ ସିଆର୍‌ପିସି ଧାରା ୧୧୦ରେ ବୁକ୍ କରାଯାଇଥିବା କମିଶନରେଟ୍ ପୁଲିସ ପକ୍ଷରୁ ପ୍ରକାଶିତ ମାସିକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଅକ୍ଟୋବର ମାସରେ ପୁଲିସ ୧୪୪ଟି ଚୋରି ମୋବାଇଲ୍ ଜବତ କରିଛି । ଏହାସହ ୭୩ଟି ଦୁଇଚକିଆ, ତିନିଚକିଆ ଏବଂ ଚାରି ଚକିଆ ଯାନ ଜବତ ହୋଇଛି । ସେହିପରି ୨କିଲୋ ୫୯ ଗ୍ରାମ ସୁନାଗହଣା, ୨୬ ଗ୍ରାମ୍ ରୂପା, ୧୨ହଜାର ୩୫୦ ନଗଦ ଟଙ୍କା, ୩ଟି ଲାପଟପ୍‌, ଗୋଟିଏ ଚୋରି ବନ୍ଧୁକ ଜବତ ହୋଇଛି । ଅନ୍ୟପକ୍ଷେ ୪ଟି ଏନ୍‌ଡିପିଏସ୍ ମାମଲା ପଞ୍ଜିକୃତ ହେବା ସହ ୧୦ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୫୧୪ ଗ୍ରାମ ବ୍ରାଉନସୁଗର, ୨୮ କିଲୋ ୨୭୦ ଗ୍ରାମ ଗଞ୍ଜେଇ ଓ ନଗଦ ୧୭ହଜାର ୯୩୦ଟଙ୍କା ଜବତ କରାଯାଇଥିବା କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking