30.1 C
Bhubaneswar
Saturday, May 18, 2024
Homeଓଡିଶାପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ : ଜଣଙ୍କୁ ଲାଗିଲା ଅନ୍ୟର ସାଲାଇନ

ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ : ଜଣଙ୍କୁ ଲାଗିଲା ଅନ୍ୟର ସାଲାଇନ

ବଲାଙ୍ଗିର : ପୁଣି ଥରେ ଚର୍ଚ୍ଚାକୁ ଆସିଛି ବଲାଙ୍ଗିର ଭୀମଭୋଇ ମେଡିକାଲ । ମେଡିସିନ୍ ୱାର୍ଡରେ ଜଣେ ରୋଗୀକୁ ଅନ୍ୟ ଜଣକ ମେଡିସିନ ମିଶା ସାଲାଇନ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ ମେଡିସିନ ବିଭାଗ ମେଲ୍ ୱାର୍ଡର ୪୮ ନମ୍ବର ବେଡ୍‌ର ଖେଡୁ ସାମଲକୁ ୪୯ ନମ୍ବର୍ ବେଡ୍‌ର ରୋଗୀ ହରି ମହାନନ୍ଦଙ୍କ ସାଲାଇନ ଦିଆଯାଇଛି । ଖେଡୁ ପେଟ ବ୍ୟଥା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହରି କିଡ୍‌ନୀ ରୋଗରେ ଆକ୍ରାନ୍ତ । କିଡ୍‌ନୀ ରୋଗୀଙ୍କ ଔଷଧ ମିଶା ସାଲାଇନ ଦିଆଯାଇଥିବାରୁ ଖେଡ଼ୁଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କାଳେ ପାର୍ଶ୍ୱ ପ୍ରତିକ୍ରିୟା ହେବ; ଏନେଇ ଚିନ୍ତାରେ ରହିଛନ୍ତି ପରିବାର । ସାଲାଇନରେ ରୋଗୀଙ୍କ ନାଁ ଲେଖା ଥିବା ସତ୍ତ୍ୱେ ନର୍ସଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ତେବେ ଏଭଳି କିପରି ଘଟିଲା, ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି । ଅନ୍ୟପଟେ ଘଟଣାକୁ ସ୍ୱୀକାର କରିଛନ୍ତି ଦାୟିତ୍ୱରେ ଥିବା ମେଡିସିନ୍ ବିଶେଷଜ୍ଞ ସି.ମାରାଣ୍ଡି । ଏଭଳି ଭୁଲ୍ ବଡ଼ ମେଡିକାଲରେ ହେବା କଥା ନୁହେଁ ବୋଲି ସେ କହିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ମେଡିକାଲ ଅଧୀକ୍ଷକ ତଦନ୍ତ କରିବା କଥା ବୋଲି ସେ କହିଛନ୍ତି । ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ଡାକ୍ତର ମାରାଣ୍ଡି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking