26.1 C
Bhubaneswar
Tuesday, May 7, 2024
Homeଓଡିଶାପ୍ରତିଶ୍ରୁତି ପୂରଣ କଲେ ସରକାର: ବ୍ରହ୍ମପୁର ଓଆର୍‌ଟିସିକୁ ୧୪ ନୂଆ ବସ୍‌

ପ୍ରତିଶ୍ରୁତି ପୂରଣ କଲେ ସରକାର: ବ୍ରହ୍ମପୁର ଓଆର୍‌ଟିସିକୁ ୧୪ ନୂଆ ବସ୍‌

ଗଞ୍ଜାମ: ଦୀର୍ଘ ସମୟର ଅପେକ୍ଷା ପରେ ରାଜ୍ୟ ସରକାର ବ୍ରହ୍ମପୁର ଓଆର୍‌ଟିସି ଶାଖାକୁ ୧୪ଟି ନୂତନ ବସ୍ ପ୍ରଦାନ କରିଛନ୍ତି । ଫଳରେ ଏଠାରୁ ବିଭିନ୍ନ ରୁଟ୍‌ରେ ଯାଉଥିବା ଗାଡ଼ିଗୁଡ଼ିକ ଉପରେ ଯାତ୍ରୀଙ୍କ ବିଶ୍ୱସନୀୟତା ବଢ଼ିବା ସାଙ୍ଗକୁ ବ୍ୟବସାୟ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ରାଜ୍ୟର ବ୍ୟସ୍ତବହୁଳ ସରକାରୀ ପରିବହନ ସଂସ୍ଥା ଭାବେ ପରିଚିତ ବ୍ରହ୍ମପୁର ଓଆର୍‌ଟିିସି ଶାଖାରେ ଅନେକ ବସ୍ ଖରାପ ସ୍ଥିତିରେ ରହିଥିଲା । ଫଳରେ ଏହି ଗାଡ଼ିଗୁଡ଼ିକରେ ଯାତ୍ରା କରୁଥିବା ଯାତ୍ରୀମାନେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ବ୍ୟତୀତ ଗାଡ଼ି ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ । ନୂତନ ବସ୍ ଯୋଗାଇ ଦେବାକୁ କର୍ମଚାରୀ ଏବଂ ଯାତ୍ରୀମାନଙ୍କ ପକ୍ଷରୁ ଦୀର୍ଘ ସମୟ ଧରି ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ସମ୍ପ୍ରତି ୧୪ ଟି ନୂତନ ଗାଡ଼ି ମିଳିଥିବା ବେଳେ ସେଥି ମଧ୍ୟରୁ ୬ଟି ଗାଡ଼ି ୩ଟି ରୁଟ୍‌ରେ ଯିବାଆସିବ କରିବ । ସେଥି ମଧ୍ୟରେ ଗୋଟିଏ ରୁଟ୍‌ରେ ବ୍ରହ୍ମପୁରଠାରୁ ବନ୍ଧବାହାଲକୁ ଦିନ ୨ଟା ବେଳେ ଯାତ୍ରା କରିବ । ଆଉ ଗୋଟିଏ ରୁଟ୍‌ରେ ବ୍ରହ୍ମପୁରଠାରୁ ବାଲିମେଳାକୁ ଅପରାହ୍‌ଣ ୩ଟା ୩୦ରେ ଯାତ୍ରା କରିବ । ସେହିଭଳି ବ୍ରହ୍ମପୁରଠାରୁ ଉମରକୋଟକୁ ସନ୍ଧ୍ୟା ୫ଟା ବେଳେ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ଦିନ ଏହି ଗାଡ଼ିଗୁଡିକ ଯାତ୍ରା କରିବ । ଅବଶିଷ୍ଟ ୮ଟି ଗାଡ଼ି ଯେତେବେଳେ ସରକାର ଆନ୍ଧ୍ର ପ୍ରଦେଶ ଏବଂ ରେଡ୍ ଜୋନ୍ ଭାବେ ବିବେଚିତ ଭୁବନେଶ୍ୱର, କଟକ, ପୁରୀ ଆଦି ଅଞ୍ଚଳକୁ ଯିବାକୁ ଅନୁମତି ଦେବେ, ସେତେବେଳେ ସେହି ଅଞ୍ଚଳକୁ ଗାଡ଼ି ଯିବ ବୋଲି କୁହାଯାଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୦ ନଭେମ୍ବର ପହିଲାରେ ସ୍ଥାନୀୟ ଶାଖାକୁ ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଦୀପ୍ତିମୟୀ ମହାପାତ୍ର ଆସିଥିଲେ । ସେତେବେଳେ ଏଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଶାଖାର କେତେ ଗାଡ଼ି ସଚଳ ଅବସ୍ଥାରେ ରହିଛି, ଏଠାକାର ଭିତ୍ତିଭୂମି କିଭଳି ରହିଛି ତାହା ପଚାରି ବୁଝିଥିଲେ । ଏହି ଶାଖାର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କିଛି ନୂତନ ବସ୍ ପ୍ରଦାନ କରିବେ ବୋଲି କହିଥିଲେ । ଆଗାମୀ ଦିନରେ ଏହି ଶାଖାର ବହୁବିଧ ଉନ୍ନତି ହେବ ବୋଲି କହିଥିଲେ । ଏହାର ୮ ମାସ ପରେ ବସ୍ ପହଞ୍ôଚଲା । ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଳାର ବିଭିନ୍ନ ରୁଟ୍‌ରେ ଓଆର୍‌ଟିସିର ବସ୍ ଚଳାଚଳ କରୁନାହିଁଁ । ତେଣୁ ଏଠାକୁ ଆହୁରି ଅଧିକା ବସ୍ ଆବଶ୍ୟକ ବୋଲି କର୍ମଚାରୀ ଏବଂ ଜିଲ୍ଲାର ଜନସାଧାରଣ ଦାବି କରିଛନ୍ତି । ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଏହି ଶାଖା ପ୍ରତି ଦୃଷ୍ଟି ଦେଇଥିବାରୁ ଆଗାମୀ ଦିନରେ ଏହି ଶାଖାର ଚିତ୍ର ଆହୁରି ବଦଳିବ ବୋଲି ଆଶା ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking