28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୁକ୍‌ମାରେ ଗୁଳିବିନିମୟ ଘଟଣା, ୨୨ ଯବାନ ସହିଦ

ସୁକ୍‌ମାରେ ଗୁଳିବିନିମୟ ଘଟଣା, ୨୨ ଯବାନ ସହିଦ

ରାୟପୁର :  ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀ-ମାଓମାଦୀ ଗୁଳିବିନିମୟ ଘଟଣା । ଘଟଣାସ୍ଥଳରୁ ୧୪ ମୃତଦେହ ଉଦ୍ଧାର ହୋଇଛି ବୋଲି ସୂଚନା ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏନ୍‌ଆଇ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନ୍‌କାଉଣ୍ଟର ପରେ ୨୧ଯବାନ ନିଖୋଜ ଅଛନ୍ତି । ରାୟପୁର ହସ୍ପିଟାଲ୍‌ରେ ଭର୍ତ୍ତି ଥିବା ୭ ସୁରକ୍ଷାକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଶନିବାର ଛତିଶଗଡର ନକ୍ସିଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ ଏବଂ ୩୦ରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ଏନ୍‌କାଉଣ୍ଟର ପରେ ୨୧ ଜଣ ଯବାନଙ୍କ ପତ୍ତା ମିଳୁନି। ଏମାନେ ନିଖୋଜ ହୋଇଯାଇଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି। ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଏହି ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି । ୩୦ ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking