ମମତା ଦିଦି ପଶ୍ଚିମବଙ୍ଗରେ ନିଜ ହାର ସ୍ୱୀକାର କରିସାରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ୨୪ ପ୍ରଗଣାରେ ଏକ ରାଲିକୁ ସମ୍ବାଧନ କରିଛନ୍ତି । ସେ କହିଛନ୍ତି ଯେ, ମମତା ଦିଦିଙ୍କ ଦଳ ଏବେ କହୁଛି ଯେ, ସେମାନେ ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ । ଏଥିରୁ ୨ ଟି କଥା ସ୍ପଷ୍ଟ ହେଉଛି । ପ୍ରଥମେ ଦିଦି ପଶ୍ଚିମବଙ୍ଗରେ ନିଜ ପରାଯୟ ସ୍ୱୀକାର କରିସାରିଛନ୍ତି । ଦିତ୍ୱୀୟରେ ଦିଦି ଏବେ ପଶ୍ଚିମବଙ୍ଗ ବାହାରେ ନିଜ ସ୍ଥାନ ଖୋଜୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଦିଦି ଏବେ କଣ କରିବେ, ମୋର ତାଙ୍କ ପ୍ରତି ଗୋଟିଏ ପାର୍ଥନା ରହିଛି । ବନାରସ ଓ ଉତ୍ତରପ୍ରଦେଶ ଲୋକଙ୍କ ଉପରେ କ୍ରୋଧିତ ହେବେ ନାହିଁ । ସେମାନେ ମତେ ବହୁତ ସ୍ନେହ ଦେଇଛନ୍ତି । ଆପଣଙ୍କୁ ମଧ୍ୟ ଦେବେ । ସେଠାରେ ଆପଣଙ୍କୁ ଟୀକା ଲଗାଇଥିବା ଅନେକ ଲୋକ ଦେଖାହେବେ । ଏଠାରେ ଆପଣ ‘ଜୟ ଶ୍ରୀରାମ’ ଆହ୍ୱାନରେ ଚିଡୁଛନ୍ତି । ସେଠାରେ ଆପଣଙ୍କୁ ‘ହର ହର ମହାଦେବ’ ଶୁଣିବାକୁ ମିଳିବ’ ।

ସେ ଆହୁରି ମଧ୍ୟ କହିଛନ୍ତି, ସେ ପଶ୍ଚିମବଙ୍ଗର କଳାୂ ପ୍ରେମୀ ଏବଂ ପ୍ରତ୍ୟେକ ସୃଜନଶୀଳ ସହଯୋଗୀଙ୍କୁ ନିଶ୍ଚିତ ପ୍ରତିଶୃତି ଦେଉଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ସରକାର ବଙ୍ଗଳା ସାହିତ୍ୟ, ବଙ୍ଗଳା ସିନମା ଏବଂ ଏହାର ଐତିହ ପାଇଁ ଏକ ସକରାତ୍ମକ ବାତାବରଣ ସଷ୍ଟି କରିବ ଏବଂ ଏହି ଦିଗରେ କାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here