33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜିଠୁ ୪ ଜିଲ୍ଲାରେ ଲକ୍‌ଡାଉନ୍ : ଆସନ୍ତୁ ଜାଣିବା କ’ଣ ଖୋଲା ରହିବ କ’ଣ ବନ୍ଦ...

ଆଜିଠୁ ୪ ଜିଲ୍ଲାରେ ଲକ୍‌ଡାଉନ୍ : ଆସନ୍ତୁ ଜାଣିବା କ’ଣ ଖୋଲା ରହିବ କ’ଣ ବନ୍ଦ ରହିବ

ଭୁବନେଶ୍ୱର : କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଏପରି କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ୧୪ ଦିନିଆ ଲକ୍‌ଡାଉନ୍ କଟକଣା ଆଜି ରାତି ୯ଟାରୁ ଲାଗୁ ହୋଇ ୩୧ ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲୋକଙ୍କ ଯାଆସ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନୁଷ୍ଠାନ ବନ୍ଦ ରହିବ । କ୍ଷୀର, ପରିବା, ତେଜେରାତି ଦୋକାନ, ଖୋଲା ରହିବ ।
ହସ୍ପିଟାଲ, ନର୍ସିଂହୋମ୍‌, କ୍ଲିନିକ୍ ଓ ଔଷଧ ଦୋକାନକୁ କଟକଣାମୁକ୍ତ କରାଯାଇଛି । କୃଷିଉଦ୍ୟାନ, କୃଷି କାର୍ଯ୍ୟ. ମାଛଚାଷ, ପଶୁପାଳନ ମଧ୍ୟ କଟକଣାମୁକ୍ତ ରହିବ । ଇଣ୍ଡଷ୍ଟ୍ରି, ଫ୍ୟାକ୍ଟ୍ରି ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିବ । ହୋଟେଲ୍‌, ଆଇଟି/ ଆଇଟିଇଏସ୍ ସ୍ୱଳ୍ପ କର୍ମଚାରୀରେ ଚାଲିବ । ଜାତୀୟ ରାଜପଥ କଡ଼ ଢ଼ାବା ଖାଦ୍ୟ ପାର୍ସଲ ଦେଇପାରିବେ । ପେଟ୍ରୋଲ ପମ୍ଫ, ସିଏନ୍‌ଜି ଷ୍ଟେସନ୍‌, ରନ୍ଧନ ଗ୍ୟାସ୍ ବିତରଣ ଖୋଲା ରହିବ । ଅନୁମତି ପ୍ରାପ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ । ସ୍ଥାନୀୟ ପ୍ରଶାସନର ଅନୁମତିରେ ବିବାହ ଓ ଅନ୍ତିମ ସଂସ୍କାର କରିହେବ । ଏୟାରପୋର୍ଟ, ରେଳ ଷ୍ଟେସନ୍ ଓ ବସ୍ ଟର୍ମିନାଲ ଖୋଲା ରହିବ ।
ଜାତୀୟ ରାଜପଥରେ ଯାନବାହନ ଚାଲିବ ଓ ମାଲ ପରିବହନ ଚାଲୁ ରହିବ । ଏୟାରପୋର୍ଟ, ରେଳ ଷ୍ଟସନ୍ ଓ ବସ୍ ଷ୍ଟଣ୍ଡକୁ ବସ୍‌, ଟ୍ୟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଯାଇପାରିବ । କିଛି ନିର୍ଦ୍ଦିଷ୍ଟ ଜରୁରୀକାଳିନ ସରକାରୀ ଅଫିସ୍ ଖୋଲା ରହିବ । ସ୍ୱଳ୍ପକର୍ମଚାରୀ କାମ କରିବେ । ଏଟିଏମ୍‌, ଟ୍ରେଜେରୀ ପୋଷ୍ଟ ଅଫିସ୍‌, ଓ ଅନ୍ୟ ଆର୍ଥିକ ସଂସ୍ଥା ଖୋଲଶ ରହିବ । ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକ୍‌ଡାଉନ୍ ବେଳେ ସପ୍ତାହାନ୍ତ ଶଟଡାଉନ୍ କଟକଣା ଲାଗୁ ହେବ ନାହିଁ । ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ଲାଗୁ ହେବ । ତେବେ ଲକ୍‌ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking