32.8 C
Bhubaneswar
Tuesday, April 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଆପଣଙ୍କ ବ୍ୟବସାୟ ଯୋଜନା ସଫଳ ହେବ । ଲକ୍ଷ୍ମୀଙ୍କର ଆଗମନ ହେବ । ଚାକିରିଆମାନେ ଦୂରସ୍ଥାନକୁ ଯାଇପାରନ୍ତି । ଖାଦ୍ୟପାନୀୟ ପ୍ରତି ସଜାଗ ରୁହନ୍ତୁ । ମହିଳାମାନେ ଦେବକାର୍ଯ୍ୟରେ ସଜାଗ ରହିବେ ।
ବୃଷ: ଆପଣଙ୍କ କାମର ପ୍ରଦର୍ଶନ ଲାଗି ଦିନଟି ପରିଶ୍ରମ ପୂରା ଫଳ ମିଳିବ । ଆର୍ôଥକସ୍ଥିତି ମଜଭୁତ ହେବ । ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ଉଚ୍ଚ କାମ କରି ପ୍ରଶଂସିତ ହେବେ ।
ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି । ଜନ ସମର୍ଥନ ପାଇଁ ଖୁସି ହେବେ । ପ୍ରୀତି ଭୋଜନରେ ଆପ୍ୟାୟତ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସୁଯୋଗ ଅଛି । ସତକର୍ମରେ ନିୟୋଜିତ ହେବେ ।
କର୍କଟ: ଦିନଟି ଆପଣଙ୍କା ପାଇଁ ଅନୁକୂଳ । ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହାଦ୍ୱାରା ଜୀବନରେ ପରିବର୍ତନ ଆସିବ । ବ୍ୟବସାୟିକ କାରନାମା ବିସତାର ହେବ । ରାଜନୀତିରେ ଲାଭ ପାଇବେ । ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ।
ସିଂହ : ସକାରାତ୍ମକ ଭାବନାରେ ରୁହନ୍ତୁ । କଷ୍ଟ ମନେହେଉଥିବା କମା ସହଜରେ କରିନେବେ । ଲାଗି ରହିଥିବା ମନମାଳିନ୍ୟ ଦୂର ହେବ। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ । ଧନଲାଭର ଯୋଗ ଅଛି । ମହିଳାମାନେ ଗୃହକାର୍ଯ୍ୟରେ ଲାଗିରହିବେ ।
କନ୍ୟା: କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ । ବିଶିଷ୍ଟବ୍ୟକ୍ତି ଭାବେ ସମ୍ମାନିତ ହେବେ । ମଧୁରଭାଷୀ ହେବେ । ମିତ୍ରମାନଙ୍କ ସହ ଯୋଗାଯୋଗ ପାଇ ଖୁସି ହେବେ ।
ତୁଳା : ଆତ୍ମ ବିଶ୍ୱାସର ସହିତ କାମ କରନ୍ତୁ । ସଫଳତା ନିଶ୍ଚୟ ମିଳିବ । ଭାଷାଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ମାମଲାରେ ବଡ଼ ଫଇସଲା ନେଇ ପାରନ୍ତି । ଭ୍ରମଣରେ ଯିବାବେଳେ ନିଜର ଜିନିଷ ପତ୍ର ପ୍ରତି ଧ୍ୟାନ ରଖନ୍ତୁ ।
ବିଛା: ଆଜି କାର୍ଯ୍ୟକ୍ଷେତ୍ର ସାମୟିକ ଭାବେ ସମସ୍ୟା ବହୁଳ ହୋଇପାରେ । ଥଣ୍ଡାଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ଖର୍ଚ୍ଚାନ୍ତ ହେବେ ।
ଧନୁ : କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଚଂଚଳ ପ୍ରକୃତିର ହେବେ ।
ମକର: ଆପଣ ନିଜକୁ ଉଦାରତା ଅନୁଭବ କରିବେ । କୂଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
କୁମ୍ଭ : ଆଜି ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଯାତ୍ରା ଆନନ୍ଦଦାୟକ ହେବ । ଭାଗ୍ୟଶାଳୀ ହୋଇପାରନ୍ତି ।
ମୀନ: ସୁଖପ୍ରାପ୍ତି ଲାଗି ଦିନଟି ଭଲ । ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ । ପରିସ୍ଥିତିରେ ପଡ଼ି ମନରେ ଈର୍ଷାଜାତ ହୋଇପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୂର୍ବଳତା ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ଜଳଯାତ୍ରା କରିବା ମନା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking