30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ୍ ବନ୍ଦ

ଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ୍ ବନ୍ଦ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ୍ ଆଜି ବନ୍ଦ ହୋଇଛି । ଏକାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ପରବର୍ତ୍ତୀ ନିଷ୍ପତ୍ତି ଯାଏ ୟୁନିଟ୍‌-୪ ମାର୍କେଟ୍ ବନ୍ଦ ରହିବ ବୋଲି କୁହାଯାଇଛି।
କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଏପରି କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ୧୪ ଦିନିଆ ଲକ୍‌ଡାଉନ୍ କଟକଣା ଆଜି ରାତି ୯ଟାରୁ ଲାଗୁ ହୋଇ ୩୧ ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲୋକଙ୍କ ଯାଆସ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନୁଷ୍ଠାନ ବନ୍ଦ ରହିବ । କ୍ଷୀର, ପରିବା, ତେଜେରାତି ଦୋକାନ, ଖୋଲା ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking