34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର : ଆଜି ସକାଳେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ନାଗନାଦ ଚିମ୍ମେର ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଭାରତୀୟ ସେନାର ୩ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ନିହତ ହୋଇଥିବା ତିନିଜଣ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲିଛି।
ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଆତ୍ମଗୋପନ କରିଛନ୍ତି ବୋଲି ବିଶ୍ବାସ କରାଯାଉଥିବା ନାଗନାଦ ଚିମ୍ମେରରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୦୯ ଆର୍ ଆର୍ ଏବଂ ସିଆର୍‌ଏଫ୍‌ର ମିଳିତ ଟିମ୍ କର୍ଡନ୍-ଆଣ୍ଡ୍-ସର୍ଚ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ତଲାସ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବ ଦେବାକୁ ଯାଇ ମିଳିତ ଟିମ୍ ପାଲଟା ଗୁଳି ଚଳାଇଥିଲେ। ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଯିବା କାରଣରୁ ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଛନ୍ତି । ଏଥିରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking